ବଢ଼ିଲା କଟକଣା:ପୋଲିସ ଚେକିଙ୍ଗ ଜୋରଦାର ।

0 94

ଭଞ୍ଜନଗର,୧୯/୦୫(ପିପିଟି); ଗତ ୧୪ଦିନିଆ ଲକ ଡାଉନ ସମୟରେ କରୋନା ସଂକ୍ରମଣ ରୋକିବା ବିଶେଷ ଫଳପ୍ରଦ ହୋଇ ନଥିବାରୁ ବୁଧବାର ଠାରୁ ପୁଣିଥରେ ଲକ ଡାଉନ ଅବଧିକୁ ଆସନ୍ତା ଜୁନ ମାସ ୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟରେ ପ୍ରଶାସନ ତରଫରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ରହିଛି। ପୂର୍ବାପେକ୍ଷା କଟକଣା ବୃଦ୍ଧି ପାଇଛି। ବର୍ତ୍ତମାନ ସକାଳ ୭ଟା ଠାରୁ ଦିନ ୧୧ଟା ପର୍ଯ୍ୟନ୍ତ ୪ଘଣ୍ଟାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଚାଲିଚାଲି ଯାଇ କିଣିବା ପାଇଁ ଅନୁମତି ମିଳିଛି। ହେଲେ ବୁଧବାର ପ୍ରଥମ ଦିବସରେ ଭଞ୍ଜନଗର ପୋଲିସ ତରଫରୁ ଚେକିଙ୍ଗ ଜୋରଦାର କରାଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ରାସ୍ତାରେ ଯାଉଥିବା ଗାଡ଼ି ମଟର ଯାଞ୍ଚ କରିଥିଲେ। ୨ଚକିଆ ଯାନ ଚଳାଚଳ ନିଷିଦ୍ଧ ଥିବା ବେଳେ ବିନା କାରଣରେ ଚଳପ୍ରଚଳ ହେଉଥିବା ବହୁ ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା। ଜରୁରୀକାଳୀନ କାର୍ଯ୍ୟରେ ଯାଉଥିବା କେତେକ ଏହାକୁ ବିରୋଧ କରିଥିଲେ ମଧ୍ୟ ପ୍ରଶାସନର ନିର୍ଦ୍ଦେଶକୁ ମାନିବାକୁ ବାଧ୍ୟ ହୋଇଥିଲେ।ଆଗାମୀ ଦିନରେ ମଧ୍ୟ କୋଭିଡ଼ ନିୟମ ପାଳନ କଡ଼ାକଡ଼ି ହେବ ବୋଲି ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.