“ବଡ଼ ମେଡିକାଲ ବଞ୍ଚାଅ ” ଦାବିରେ ବିଜେପି ତରଫରୁ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ ।

0 265

ବ୍ରହ୍ମପୁର,୧୭/୦୫(ପିପିଟି): ବ୍ରହ୍ମପୁର ଏମ୍.କେ.ସି.ଜି. ବଡ଼ ମେଡ଼ିକାଲ୍ ର ଦୂରାବସ୍ଥା ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏବଂ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ମିଳିତ ଭାବେ “ବଡ଼ ମେଡ଼ିକାଲ୍ ବଞ୍ଚାଅ” ଦାବୀରେ ଆଜି ଦଳ ପକ୍ଷରୁ ପ୍ରତିବାଦ ଜଣାଇ ତିନି ଦିନିଆ ଗଣଧାରଣା ଆରମ୍ଭ ହୋଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜି କମାପଲ୍ଲୀ ଛକ ଠାରୁ ଦଳୀୟ କାର୍ଯକର୍ତ୍ତା ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବଡ଼ ମେଡ଼ିକାଲର ବିକ୍ଷୋଭ ସ୍ଥଳ ପର୍ଯ୍ୟନ୍ତ ଯାଇ ସେଠାରେ “ଗଣଧାରଣା ଦେବା ସହ ବିକ୍ଷୋଭ” ପ୍ରଦର୍ଶନ କରିଥିଲେ । ବିଜେପି ନେତା ମାନେ ବଡ ମେଡ଼ିକାଲର ସଙ୍କଟାପର୍ଣ ସ୍ୱାସ୍ଥ୍ୟ ଅବସ୍ତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଆଜି ଦଳ ପକ୍ଷରୁ ୧୪ ଗୋଟି ଦାବୀ ନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଦିଆଯାଇଥିଲା । ଆଜିର ଏହି “ଗଣଧାରଣା ଏବଂ ବିକ୍ଷୋଭ” କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ସମେତ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ , ରାଜ୍ୟ ଉପସଭାପତି ଭୢଗୁ ବକ୍ସିପାତ୍ର , ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି , ସରୋଜ ସାବତ , ବ୍ରହ୍ମପୁର ମେୟର ପାର୍ଥିନୀ ଡ଼ଃ ସବିତା ସୁଆର ପାଣିଗ୍ରାହୀ , ମହେଶ ମହାନ୍ତି , ନୀଳମଣି ବିଷୋୟୀ , ପ୍ରଶାନ୍ତ କର, ଶିଶିର ମିଶ୍ର , ରଞ୍ଜନ ପଲ୍ଲେଇ , ଭାରତୀ ବେହେରା , ଉତ୍ତମ ପାଣିଗ୍ରାହୀ , ଅନିଲ୍ ପଣ୍ଡା , ମହନ୍ତ ଚିନ୍ମୟାନନ୍ଦ ଦାସ , ପ୍ରଶାନ୍ତ ନାୟକ , ମାଧବ ଗୌଡ଼ , ନୀରଞ୍ଜନ ପାଣିଗ୍ରାହୀ , କାମନା ପାଢୀ , ଆଜିର ଏହି କାର୍ଯ୍ୟକ୍ରମର ସଂଯୋଜକ ରାମ କୁମାର ପାତ୍ର,ଡ଼.ସୁବାଷ ସାହୁ , ଜିଲ୍ଲା ସ୍ୱାସ୍ତ୍ୟ ସେଲ୍ ସଂଯୋଜକ ରାଜୀବ କୁମାର ମିଶ୍ର , ସିଦ୍ଧାନ୍ତ ଗଙ୍ଗଦେବ , ପ୍ରଭାତ କିରଣ ଷଡ଼ଙ୍ଗୀ , ଏନ୍.ରାଜେନ୍ଦ୍ର କୁମାର , ପ୍ରଦୀପ ଶତପଥି , ଡ଼ି.କରୁଣାକର , ରଞ୍ଜିତା ବେହେରା , ସୁନିଲ କୁମାର ସାହୁ , ଶ୍ରୀକାନ୍ତ ପାଢୀ , ବାଳକୃଷ୍ଣ ସାମନ୍ତରା , ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏଲ୍.ମହୋନ ଦାସ,ଘୁମୁସର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡା , ରାଜେଶ ସାହୁ , ମଦନ ମହୋନ ପାତ୍ର , ଶରତ ସାହୁ , ଶିବ ଶଙ୍କର ନାୟକ , ଡ଼.ରାମହରି ଖଣ୍ଡୁଆଳ , ରଶ୍ମୀରେଖା ମହାପାତ୍ର , ସବିତା ସାହୁ , ସାବିତ୍ରୀ ନାୟକ , ବନିତା ସାହୁ , ମମତାମୟୀ ରଣା , ଡଃ.ଅମୁଲ୍ୟ ଚୌଧୁରୀ , ପ୍ରବୀର ପାତ୍ର , ଏସ୍.ରାଜା ରାଓ , ସି.ଏଚ୍.ଆପନା , ପଣୟ ମହାପାତ୍ର , ପ୍ରଦୀପ ମିଶ୍ର , ଅନୁପ ପଣ୍ଡା , ବିଷ୍ଣୁ ସୁବୁଦ୍ଧି , ଶିବ ଶଙ୍କର ଶତପଥି , ସୁଭାଶୀଷ ସାହୁ ପ୍ରମୁଖଙ୍କ ସମେତ ଗଞ୍ଜାମ , ଗଜପତି,କନ୍ଧମାଳ ଏବଂ ଘୁମୁସର ସାଂଗଠନିକ ଜିଲ୍ଲାର ଶତାଧିକ କାର୍ଯକର୍ତ୍ତା ଉପସ୍ଥିତ ଥିଲେ । ଏହି ଆନ୍ଦୋଳନ ଆଜି ଠାରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.