ଭଞ୍ଜନଗର,୧୮/୦୭(ପିପିଟି): ତାରସିଙ୍ଗି ଥାନା ଜାଡ଼ଧାର ଗ୍ରାମ ବଡ଼ ଦାଣ୍ଡ ସାହିର ପାଣୁ ଚରଣ ଜେନାଙ୍କ ପତ୍ନୀ ଜ୍ୟୋତ୍ସ୍ନା ଜେନା(୩୦) ଆଜି ସକାଳେ ବଡ଼ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ହାଠାତ୍ ଭାସି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଜ୍ୟୋସ୍ନା ଘରକୁ ନଫେରିବାରୁ ତାର ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ହେଲେ କିଛି ଗଣମାଧ୍ୟମ ପ୍ରତିନିଧି କେ.ନୂଆଗାଁ ନିକଟରେ ଏକ ମହିଳାଙ୍କ ମୃତଦେହ ଲଟା ବୁଦାରେ ଲାଗିଥିବା ଖବର ପାଇ ସେଠାରୁ ଫୋଟ ସଂଗ୍ରହ କରି ତାର ପରିବାର ଲୋକଙ୍କୁ ଦେଖାଇ ଥିଲେ।ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିବା ପରେ ପୋଲିସ ନଦୀ ପଠାରୁ ମୃତଦେହକୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ କୁ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ । ମୃତ ଜ୍ୟୋସ୍ନାଙ୍କର ୩ଟି ସନ୍ତାନ ଥିବା ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )