ବଡ଼ି ବିଲଡିଂ ପ୍ରତିଯୋଗୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

0 768

ଉଲୁଣ୍ଡା,୦୬/୦୧(ପିପିଟି): ଭାରତର ଦକ୍ଷିଣ ଗୋଆ ଠାରେ ବଡି ବିଲଡିଂ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର କ୍ରିପାଳ ଫିଟନେସର ପ୍ରତିଯୋଗୀ ସ୍ବର୍ଣ୍ଣ ଓ ରୌପ୍ୟ ମେଡାଲ ଜିଣି ଜିଲ୍ଲା ତଥା ରାଜ୍ୟ ର ନାମକୁ ଉଜ୍ୱଳ କରିଛନ୍ତି । କୋଚ କ୍ରିପାଳ ଶ୍ରୀରାମ ମିଶ୍ରଙ୍କ ନେତୃତ୍ୱରେ ଗୋଆ ଠାରେ ବଡ଼ିବିଲଡିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି |ଏଥିରେ ବଲାଙ୍ଗୀର ଜିଲ୍ଲା ବେଲପଡା ର ଅଙ୍କିତ ତାଣ୍ଡି ସ୍ବର୍ଣ୍ଣ ପଦକ, ସୁଧୀର ପଧାନ, ଶାନ୍ତନୁ ମିଶ୍ର ବ୍ରୋଞ୍ଚ ପଦକ,ବିଜେତା ହୋଇ ଥିବାବେଳେ, ଏହି ଦଳରେ ଅନ୍ୟ ମାନଙ୍କ ମଧ୍ୟରେ ଆଲୋକ ଦେହୁରୀ, ପ୍ରମୋଦ କୁମାର ପୁରୋହିତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ପ୍ରତିଯୋଗୀ ମାନଙ୍କୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ମୈତ୍ରୀ ସଦନ ଠାରେ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। ସାମ୍ବାଦିକ ସଙ୍ଘ ସଭାପତି ଶୟମ୍ଭୁ ନାଥ ଖଣ୍ଡଗିରିଙ୍କ ସଭାପତିତ୍ୱରେ ସମସ୍ତ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା।ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ମୁଖ୍ୟ ଅତିଥି, ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ, ଡ଼କ୍ଟର ପ୍ରଫୁଲ୍ଲ କୁମାର ରଥ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ ପ୍ରମୁଖ ସମ୍ମାନିତ ଅଥିତି ଭାବରେ ଯୋଗଦେଇ ଥିବାବେଳେ, ମୀନ କେତନ ମହାକୁର ସଭା ପରିଚାଳନା କରିଥିଲେ । କିଶୋର ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ମେନଜର ଆଲୋକ ଦେହୁରୀ, ସେଣ୍ଟର ଶାନ୍ତାନୁ ମିଶ୍ର, ଆସିଷ୍ଟାଣ୍ଟ କୋଚ ପ୍ରମୋଦ ପୁରୋହିତ, ପୃଥିରାଜ ସିଂ,ଆଶିଷ ସାହୁ, ଅରୁଣ ଖଣ୍ଡଗିରି, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିବା ଆଶା ରଖିଥିବା ପ୍ରକାଶ କରିଥିଲେ ଳ

(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.