ବ୍ରହ୍ମପୁର,୧୨/୦୮(ପିପିଟି); ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଅଞ୍ଚଳରୁ ଏକ ଗୁଟଖା ଗୋଦାମରେ ପୁଲିସ ଚଢଉ କରି ସେଠାରୁ ବିପୁଳ ପରିମାଣର ନକଲି ଗୁଟଖା ଜବତ କରିଛି । ବେଆଇନ ଗୁଟଖା କାରବାର କରୁଥିବା ଅଭିଯୋଗରେ ପୁଲିସ ଗୋଦାମର ମାଲିକ ପଙ୍କଜ ଚୌଧୁରୀ (୩୨)ଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୁଲିସ ଠାରୁ ମିଳିଥିବା ସୂଚନାପ୍ରକାରେ, ପଙ୍କଜ ପୁରୁଣା ବ୍ରହ୍ମପୁରରେ ଗୁଟଖା ଗୋଦାମ କରି ବିକ୍ରି କରୁଥିବା ନେଇ କୌଣସି ପ୍ରକାରେ ବଡ଼ବଜାର ଥାନାର ଏସ.ଆଇ ଅର୍ଜୁନ ଜେନାଙ୍କ ନିକଟରେ ଖବର ପହଞ୍ଚିଥିଲା । ଏହା ପରେ ବଡବଜାର ଥାନାର ଏକ ପୁଲିସ ଟିମ୍ ପଙ୍କଜଙ୍କ ଗୋଦାମରେ ଚଢଉ କରିଥିଲେ । ସେହି ଗୋଦାମରୁ ଶତାଧିକ କାର୍ଟୁନ ଓ ବ୍ୟାଗ ତଥା ବସ୍ତାରେ ବିଭିନ୍ନ କମ୍ପାନୀର ଗୁଟଖା ଜବତ କରାଯାଇଥିଲା । ଗୋକୁଲ ଡିଲକ୍ସ ମିକ୍ସ ୧୬ କାର୍ଟୁନ , ଶିବାଜୀ ମାୱା ମସାଲା ମିସ୍ ୨ କାର୍ଟୁନ , ପଟି (ତମାଖୁ ପତ୍ର) ୧୫ବ୍ୟାଗ୍ , ଦିଲବାଗ୍ ୪ବ୍ୟାଗ , ଚନ୍ଦ୍ରମା ଖଇନି ୨୦ଟି ଛୋଟ ପ୍ୟାକେଟ , ସନ୍ ବ୍ରାଣ୍ଡ୍ ଖଇନି ୪୦ ଟି ଛୋଟ ପ୍ୟାକେଟ୍ , ସ୍ୱାଗତ ଗୋଲଡ଼ ତମାଖୁ ୩୦ଟି ଛୋଟ ପ୍ୟାକେଟ ,ରକେଟ୍ ରୟାଲ୍ ବ୍ରାଣ୍ଡ ଖଇନି ୨୦ ଟି ଛୋଟ ପ୍ୟାକେଟ୍ , ହିଟ୍ ୨୦ଟି ଛୋଟ ପ୍ୟାକେଟ୍ ଜବତ କରିଛି ପୁଲିସ । ଏହି ଗୁଟଖା ମହଜୁଦ କରି ରଖିବା ତଥା ବିକ୍ରି କରିବାକୁ ପଙ୍କଜ କୌଣସି ପ୍ରକାର ପଞ୍ଜିକରଣ କରିନଥିବା ପୁଲିସ ଜାଣିବାକୁ ପାଇଥିଲା । ଏ ନେଇ ବଡ଼ବଜାର ଥାନାରେ ୧୬୧/୨୧ ରେ ଏକ ମାମଲା ରୁଜୁ କରାଯିବା ସହ ପଙ୍କଜକୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରହିଛି ।
(ରିପୋର୍ଟ- ଆରତ କୁମାର ହୋତା। )
Next Post