ବଡ଼ଚଣା ପୋଲିସ ଦ୍ୱାରା ୪ ହାଇଓ୍ବେ ଲୁଟେରା ଗିରଫ ।

0 193

ଯାଜପୁର,୧୬/୦୨(ପିପିଟି); ହାଇଓ୍ବେ ଲୁଟେରାଙ୍କୁ ଗିରଫ କଲା ଯାଜପୁର ବଡଚଣା ପୋଲିସ। ଜାତୀୟ ରାଜପଥରେ ଯାତ୍ରୀଙ୍କୁ ଲିପ୍ଟ ଦେବା ଆଳରେ ଚା’ରେ ନିଶାଦ୍ରବ୍ୟ ମିଶାଇ ସେମାନଙ୍କୁଠାରୁ ଲୁଟ୍ କରାଯାଉଥିଲା। ଲୁଟ୍‌ କରିବାକୁ ଲୁଟେରାମାନେ ଏହି ଅଭିନବ ଉପାୟ ଆପଣାଇଛନ୍ତି। ତାହା ପୁଣି ଜାତୀୟ ରାଜପଥରେ। ଗିରଫ ଲୁଟେରାମାନେ ଜଗତସିଂହପୁର ଏବଂ କେନ୍ଦ୍ରାପଡାର ବୋଲି ପୋଲିସ ସୂଚନା ଦେଇଛି। ଗିରଫ ପରେ ସେମାନଙ୍କଠାରୁ ୨୭ ଗ୍ରାମର ସୁନା ଅଳଙ୍କାର, ନଗଦ ୨୦ ହଜାର ଟଙ୍କା, ୨ଟି ବାଇକ, ଦାମୀ ମୋବାଇଲ, ଲ୍ୟାପଟପ ଏବଂ କ୍ୟାମେରା ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଏମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ସାମ୍ବାଦିକ ସମ୍ମିଳନୀରେ ଯାଜପୁର ରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.