ବେଲଗୁଣ୍ଠା,୨୨/୧୧(ପିପିଟି): ବେଲଗୁଣ୍ଠା ବ୍ଲକ ବଡପଡା ପଞ୍ଚାୟତ ଅନ୍ତର୍ଗତ ମା ଉଖୁଡେଇ ପୀଠରେ ବିଜେଡ଼ି ର ମିଶ୍ରଣ ପର୍ବ ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସମିତି ସଭ୍ୟ ତଥା ଯୁବ ଆଇନ ଯିବି ଅଶୋକ ଜେନା ଓ ଯୁବ ସେର୍ଚ୍ଛାସେବୀ ପ୍ରେମାନନ୍ଦ ପରିଡାଙ୍କ ସମେତ ୭୩ ବିଜେପି ଓ କଂଗ୍ରେସ ପରିବାର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ, ସ୍ୱଚ୍ଛ ଶାସନ ଓ ନିର୍ମଳ ଭାବମୂର୍ତି ରେ ଅନୁପ୍ରାଣିତ ହୋଇ ବିଜେଡ଼ି ରେ ଯୋଗଦାନ କରିଥିବା ପ୍ରକାଶ କରିଛନ୍ତି । ମୁଖ୍ୟଅତିଥି ରୂପେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ବିଜେଡ଼ି ରେ ନୂତନ ଭାବେ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ବିଜେଡି ରେ ସ୍ୱାଗତ କରିବା ସହ ସମସ୍ତେ ଏକଜୁଟ ହୋଇ ମିଳିମିଶି କାମ କରିବାକୁ ଆହ୍ୱାନ କରିଥିଲେ ।ସ୍ୱତନ୍ତ୍ର ଅତିଥି ଭାବେ ଆସିକା ସେଣ୍ଟ୍ରାଲ ବ୍ୟାଙ୍କ ର ପୂର୍ବତନ ସଭାପତି ବିରେନ୍ଦ୍ର କେଶରୀ ଆରୁଖ, ଅନ୍ୟତମ ଅତିଥି ରୂପେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କୁଞ୍ଜ ବିହାରୀ ନାୟକ,ବ୍ଲକ ବିଜେଡ଼ି ସାଧାରଣ ସମ୍ପାଦକ ଏସ ରାମେଶ୍ୱର ପାତ୍ର, ସମିତି ସଭ୍ୟ ଦୁର୍ଗା ମାଧବ ନାୟକ, ତୁଷାର ବିଷୋୟୀ, ସରପଞ୍ଚ ରାଜେନ୍ଦ୍ର ଗୌଡ଼, ପ୍ରମୋଦ ପ୍ରଧାନ,ଗୀତାଞ୍ଜଳି ସାହୁ,ପୂର୍ବତନ ସମିତି ସଭ୍ୟ ତଥା ୪୭ ନମ୍ବର ଯୋନ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଡିଜିଟାଲ ସମ୍ପାଦକ ବିଭୂପାଦ ଜେନା, ଯୁବ ବିଜେଡି ସଭାପତି ଶିବରାମ ରାଉତ ,ଜିଲ୍ଲା ପରିଷଦ ଅମିତ ନାୟକ, ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ଅଯୋଧ୍ୟା ବେହେରା, ଉପସଭାପତି ନିକୁଞ୍ଜ ଖଣ୍ଡୁଆଳ, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଶରତ ସ୍ଵାଇଁ, ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ନାୟକ, ମଣ୍ଟୁ ପରିଡା ଓ ଡୁଲୁ ମହାରଣା ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ଉପସ୍ଥିତ କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ରେ ମିଳିମିଶି କାମ କରିବାକୁ ସମସ୍ତ କର୍ମୀ ସଂକଳ୍ପ
ନେଇଥିଲେ ।