ବଡକୋଦଣ୍ଡା ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ରେଶମା କୁମାରୀ ନାୟକଙ୍କ ପ୍ରାର୍ଥୀପତ୍ର ଦାଖଲ ।

0 433

ଭଞ୍ଜନଗର,୧୯/୦୧(ପିପିଟି): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଭଞ୍ଜନଗର ବ୍ଲକର ବଡକୋଦଣ୍ଡା ପଞ୍ଚାୟତ ସରପଞ୍ଚ ପଦବୀ ମହିଳା ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ନିଜ ପଂଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ଜଣେ ଉଚ୍ଚ ଶିକ୍ଷିତ ବୋହୁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସରକାର ଙ୍କ କୋଭିଡ ନିୟମ ଅନୁସାରେ ନିଜ ସମର୍ଥକ ଙ୍କ ସହ ଆଜି ବଡ଼କୋଦଣ୍ଡା ପଂଚାୟତରେ ବିଜେପି ପ୍ରାର୍ଥୀନୀ ରେଶମା କୁମାରୀ ନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଯୁବ ନେତା ଅଯୋଧ୍ୟାନାଥ ମହାପାତ୍ର, ପ୍ରସ୍ତାବକ, ଅଞ୍ଚଳର ବହୁ ବ୍ୟକ୍ତି ଓ ଯୁବବର୍ଗ ଉପସ୍ଥିତ ଥିଲେ। କଳା ରେ ସ୍ନାତକ ଓ ସି.ଟି କରିଥିବା ଟୋକାଗଣ୍ଡା ଗ୍ରାମର ଏହି ଉଚ୍ଚ ଶିକ୍ଷିତା ବୋହୁଙ୍କ ରାଜନୀତିରେ ପଦାର୍ପଣ ବଡକୋଦଣ୍ଡା ପଞ୍ଚାୟତରେ ପରିବର୍ତ୍ତନର ଆହ୍ୱାନ ହେବ ବୋଲି ବହୁ ଯୁବ ଭୋଟର କହିଛନ୍ତି। ପଞ୍ଚାୟତର ଜନସାଧାରଣଙ୍କ ଉପରେ ତାଙ୍କର ପୂର୍ଣ ବିଶ୍ୱାସ ଅଛି ନିଜର ବହୁମୂଲ୍ୟ ଭୋଟ ଦେଇ ଜନସାଧାରଣ ତାଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ସହ ବଡକୋଦଣ୍ଡା ପଞ୍ଚାୟତର ବିକାଶରେ ହାତକୁ ହାତ ମିଶାଇ କାଯ୍ୟ କରିବେ ବୋଲି ରେଶମା ନିଜ ପ୍ରତିକ୍ରିୟାରେ କହିଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.