ବଜ୍ରାଘାତରେ ୧୬ ବର୍ଷର ଯୁବକ ମୃତ ।

0 250

ବେଲଗୁଣ୍ଠା,୧୬/୦୮(ପିପିଟି);ଆକାଶରୁ ଖସିଲା ମୃତ୍ୟୁ । ଅକାଳରେ ଚାଲିଗଲା ଏକ ନିରୀହ ଯୁବକର ଜୀବନ ।ସୂଚନା ଅନୁସାରେ ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅଧୀନ କ୍ଷେତମୁଣ୍ଡାଳି ଗ୍ରାମର ଭିକାରୀ ଗୌଡ଼ଙ୍କ ପୁଅ ଶୁଭମ୍ ଗୌଡ଼ (୧୬) ନିଜ ବାପାଙ୍କ ସହ ନଦୀ ଆରପଟେ ବିଲୁଆମରା ଗ୍ରାମରେ ଥିବା ନିଜ ଚାଷ ଜମିକୁ କାମ କରିବାକୁ ଯାଇଥିଲେ । ସନ୍ଧ୍ୟାରେ ହଠାତ ବର୍ଷା ପବନ ସହ ବଜ୍ରାଘାତ ଆସିବାରୁ ଘରକୁ ପରିବାର ଲୋକ ଫେରି ଆସିଥିଲେ । କିନ୍ତୁ ଘରକୁ ଆସି ଶୁଭମ୍ କୁ ପାଇନଥିଲେ । ବହୁ ଖୋଜାଖୋଜି କରିବା ପରେ ସକାଳେ ନିଜ ବିଲ ପାଖରୁ ମୃତ ଶରୀରକୁ ପାଇଥିଲେ । ଶରୀରରେ ପୋଡ଼ା ଚିହ୍ନ ଥିବାରୁ ବଜ୍ରାଘାତ ଲାଗିଛି ବୋଲି ସନ୍ଦେହ ପରିବାର ଲୋକେ । ପରେ ଘଟଣା ସ୍ଥଳରେ ତାରାସୀଙ୍ଗି ପୋଲିସ୍ ପହଞ୍ଚି ଶବଟିକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.