ବଜ୍ରାଘାତରେ ପିତାମାତାଙ୍କୁ ହରାଇ ଥିବା ୪ ଅନାଥ ପିଲାଙ୍କୁ ସହାୟତା ପ୍ରଦାନ।

0 308

ରାୟଗଡା,୦୮/୦୭(ପିପିଟି); ରାମନାଗୁଡ଼ା ବ୍ଲକ ଗୁଲୁଣ୍ଠି ପଞ୍ଚାୟତ ତାମିଲଗୁଡାର ଗୋପନ ପାତିକା ଓ ତାଙ୍କ ସ୍ତ୍ରୀ ପ୍ରିୟ ଗସ୍ତ ୧.୭.୨୧ ରେ ବଜ୍ରାଘାତରେ ମୃତ୍ୟୁ ହୋଇଥିଲା। ସେମାନଙ୍କ ୪ ଜଣ ଅନାଥଶିଶୁ ଦିଗହରା ହୋଇଗଲେ।ସେମାନଙ୍କୁ ଆଜି ରାମନାଗୁଡ଼ା ମା ମାଝୀଗୌରୀ ସ୍ବୟଂ ସହାୟିକା ସଙ୍ଘ ତରଫରୁ ଚାଉଳ,ଚୁଡା,ଚିନି,ସୋୟାବୀନ,ଆଳୁ,ପିଆଜ,ସାବୁନ,ତେଲ,ବିସ୍କୁଟପ୍ରଦାନ କରାଗଲା। ଯଦି ତାଙ୍କ ଆତ୍ମୀୟଲୋକ ଅନୁମତି ଦେଲେ,ତାଙ୍କ ୩ ବର୍ଷର ଓ ଦେଢବର୍ଷର ପିଲାଙ୍କୁ ଶିଶୁ ସୁରକ୍ଷା ଯୋଜନାରେ ସାମିଲ କରାଯିବ ଓ ଛଅବର୍ଷର ଓ ଚାରି ବର୍ଷର ପିଲାଙ୍କୁ ହଷ୍ଟେଲରେ ରଖିବାର ବ୍ୟବସ୍ଥା କରାଯିବ ବୋଲି ସିଡିପିଓ ଶାନ୍ତିଲତା ରଥ ପ୍ରକାଶ କରିଥିଲେ ଏବଂ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ସରକାରଙ୍କ ତରଫରୁ ମାସିକ ୨୫୦୦ ଟଙ୍କା ସହାୟତା ମିଳିବ।ଏହି କାର୍ଯ୍ୟକ୍ରମରେ ମିଶନଶକ୍ତିର ସଭାପତି ଆରତୀ ମୁଟିକା,ସମ୍ପାଦିକା ସଂଗୀତା ପ୍ରଧାନ ଓ ସଭ୍ୟା ପୁଷ୍ପାଞ୍ଜଳି ସାହୁ,ସୁଶୀଳା ମହାପାତ୍ର, ସୁପରଭାଇଜର ସାବିତ୍ରୀ ନାୟକ ଓ ବ୍ଲକ ସଂଯୋଜକ ଲେଜର ବାବୁ ଯୋଗଦେଇଥିଲେ।

(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.