ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ।

0 37

କୋଦଳା,୨୦/୦୭(ପିପିଟି); ମଙ୍ଗଳବାର ଅପରାହ୍ନ ରେ ବଜ୍ରଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି ।ସୂଚନା ପ୍ରକାରେ ମଙ୍ଗଳବାର ଅପରାହ୍ନ ରେ ବେଗୁନିଆପଡା ବ୍ଲକ ବଡଖଇରିଖମା ପଞ୍ଚାୟତ ଗୁଞ୍ଜବାଳା ଗ୍ରାମର ଚନ୍ଦ୍ରମା ପ୍ରଧାନ (୩୮)ସ୍ୱାମୀ ତୋଫାନ ପ୍ରଧାନ ନିଜ ଚାଷ ଜମିକୁ ଯାଇ କାମ କରୁଥିବା ସମୟ ରେ ହଠାତ ଘଡଘଡି ମାରି ବଜ୍ରାଘାତ ହୋଇଥିଲା । ସଙ୍ଗେ ସଙ୍ଗେ ଚନ୍ଦ୍ରମା ବିଲରେ ଓଲଟି ପଡ଼ିଥିଲେ । ଖବରପାଇ ପରିବାର ଲୋକେ ବିଲକୁ ଯାଇ ଚନ୍ଦ୍ରମାକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଙରେ ପହଞ୍ଚାଇଥିଲେ !କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଖାନାରେ କୋଦଳା ପୋଲିସ ପହଞ୍ଚି ଶବ ବ୍ୟବଛେଦ ନିମନ୍ତେ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।ଏହାକୁନେଇ କୋଦଳା ତହସିଲଦାର ଅବନୀ କୁମାର ସାହୁଙ୍କୁ ପଚାରିବାରେ ସେ କହିଥିଲେ ଯେ ଆମ୍ଭେ ଖବର ପାଇଛୁ ।ବ୍ୟବଛେଦ ରିପୋର୍ଟ ଆସିବା ପରେ ସରକାରଙ୍କ ଗାଇଡ଼ ଲାଇନ ଅନୁଯାଇ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ଉପରିସ୍ଥ ଅଧିକାରିଙ୍କୁ ଜଣାଇ ଦିଆଯାଇଛି । ଚନ୍ଦ୍ରମାଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛି । ଗରିବ ଅସହାୟ ପରିବାର ସମସ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.