ବଜ୍ରପାତରେ ମହିଳାଙ୍କ ମୃତ୍ୟୁ ।

0 374

ହିଞ୍ଜିଳିକାଟୁ,୨୭/୦୮(ପିପିଟି); ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦୟାପଲ୍ଲୀ ଗ୍ରାମ ପଞ୍ଚାୟତ ରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଦୟାପଲ୍ଲୀ ଗ୍ରାମ ର କେ. ଜୟନ୍ତୀ (୩୫) ସ୍ୱାମୀ କେ. ଦିଲ୍ଲୀ ।ମୃତକ କେ. ଜୟନ୍ତୀ କାମ କରିବାପାଇଁ କ୍ଷେତ କୁ ଯାଇଥିବାବେଳେ ଅପରାହ୍ନ ୪ଘଣ୍ଟ ସମୟରେ ବର୍ଷା ସହ ବଜ୍ରପାତ ଯୋଗୁଁ, ଘଟଣା ସ୍ଥଳ ରେ ମୃତ୍ୟୁ ବରଣ କରିଥିଲେ । ହିଞ୍ଜିଳି ପୋଲିସ କେସ ନଂ -୮/୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଥିବା ଥାନା ଏସ.ଆଇ.ବାସୁଦେବ ଭୋଇଙ୍କ ଠାରୁ ପ୍ରକାଶ ।

(ରିପୋର୍ଟ୍ – ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.