ବଜ୍ରପାତରେ ଜଣେ ମୃତ,ତିନି ଆହାତ ।

0 546

ମାଲକାନଗିରି,ତା:୧୩/୦୮(ପିପିଟି); କୁଡୁମୁଲଗୁମ୍ମା ନିକଟସ୍ଥ ବାହାଲଗୁଡା ଗ୍ରାମ ପଞ୍ଚାୟତର ପେଦାଗୁଡା ଗ୍ରାମରେ ଘଟିଯାଇଛି ବକ୍ଷା ସହ ବଜ୍ରପାତ ହେବାରୁ ଜଣେ ମୃତ ବରଣ କରିଥିବା ବେଳେ ତିନି ଜଣ ଆହାତ ହୋଇଥିବା ଜଣା ପଡିଛି । ଗତ କଲି ସକାଳେ ଏହି ଗ୍ରାମର ୭ ଜଣ ଗାଈଗୋରୁ ଚଳାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ବେଳେ ମଧ୍ଯାହ୍ନ ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ବର୍ଷା ଦାଉରୁ ବର୍ତ୍ତିବା ପାଇଁ ସମସ୍ତେ ଗୋଟିଏ ଗଛ ତଳେ ଆଶ୍ରୟ ନେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଅଚାନକ ଘଡଘଡି ମାରିବା ସହ ବଜ୍ରପାତ ଉକ୍ତ ଗଛରେ ପଡିଥିଲା I ଘଟଣା ସ୍ଥଳରେ ହିଁ ସମସ୍ତେ ଅଚେତ ହୋଇଯାଇଥିଲେ । ତାଙ୍କ ମଧ୍ୟରୁ ବନ୍ଧୁ ମାଦେମୀଙ୍କ ଝିଅ ସବିତା ମଦେମୀ ନାମକ ୧୫ ବର୍ଷର ବାଳିକା ଅତ୍ୟନ୍ତ ଗୁରୁତର ହେବାରୁ ନିକଟସ୍ଥ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ୍ଯୁ ଘୋଷଣା କରିଥିଲେ । ଅନ୍ୟ ୬ ଜଣ ମଧ୍ୟରୁ ୩ ଜଣ ଆହାତ ହୋଇଥିଲେI ସେମାନେ ହେଲେ ଘନ ପୁଟିଆ( ୮), ଅର୍ଜୁନ ପୁଟିଆ (୧୬) ଓ ସନା ପୁଟିଆ(୧୫ ) ବର୍ଷା ଆହତମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଉଛି । ପୋଲିସ ଅଧିକାରୀ ଗିରୀଶ ଚନ୍ଦ୍ର ମହାରଣା ସବିତାର ମର ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଇ ଥିଲେ । ଶବ ବ୍ୟବଚ୍ଛେଦ ହେଲା ପରେ ଉକ୍ତ ମର ଶରୀରକୁ ବନ୍ଧୁ ମାଦେମୀଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା ଓ ନିଜ ଗାଁ ବାସୀ ମାନଙ୍କ ସହାୟତାରେ ଶବ ସତ୍କାର କରାଯାଇଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଉକ୍ତ ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.