ବଜରଙ୍ଗୀ ଖଲାସି ସଂଘ ତରଫରୁ ହନୁମାନ ମୂର୍ତ୍ତି ପ୍ରତିଷ୍ଠା ।

0 252

ମାଲକାନଗିରି,୧୩/୧୨(ପିପିଟି): ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ସଦର ଠାରେ ବଜରଙ୍ଗୀ ଖଲାସି ସଂଘ ତରଫରୁ ଏକ ହନୁମାନ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ବଜରଙ୍ଗୀ ଖଲାସି ସଂଘ ଏକ ଧାର୍ମିକ ଚିନ୍ତାଧାରା ନେଇ ଚିତ୍ରକୋଣ୍ଡା ପଞ୍ଜାବୀ ଛକ ବାଲାଜୀ ମନ୍ଦିର ନିକଟରେ ହନୁମାନ ମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେ ଚିତ୍ରକୋଣ୍ଡା ଢ଼େପସାହି, ପଞ୍ଜାବୀ ଛକ, ମାର୍କେଟ ଲାଇନ ଓ ପଣସ ଗଛ ସାହିର ମହିଳାମାନଙ୍କୁ ନେଇ ପୂଜାର୍ଚ୍ଚନା କରିବା ସହ ଏକ ବିରାଟ କଳସ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ପରେ ବଜରଙ୍ଗୀ ମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଇଥିଲା । ସାମାଜିକ ଦୂରତା ମାନି ବହୁ ବଜରଙ୍ଗୀ ଭକ୍ତ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ । ଉକ୍ତ ବଜରଙ୍ଗୀ ମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ଚିତ୍ରକୋଣ୍ଡାର ବହୁ ଶ୍ରଦ୍ଧାଳୁ ଉକ୍ତ ଉତ୍ସବରେ ଯୋଗଦାନ କରି ସହଯୋଗର ହାତ ବଢ଼ାଇଥିଲେ । ବଜରଙ୍ଗୀ ଖଲାସି ସଂଘର ସଭାପତି ନରେଶ ବାଘ, ସମ୍ପାଦକ ଧନୁ ଖୋସଲା, ସଂଘ ସଦସ୍ୟ ମାଧବ କୁଶପାରିଆ,କୃପା ମାଛ, ଈଶ୍ୱର ହିଆଲ, ମନୋଜ ତୁରୁକୁ ସହ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.