ବକୁଳ ଯାତ୍ରା ମହୋତ୍ସବ ଉଦଯାପିତ ।

0 250

ଉଲୁଣ୍ଡା,୨୫/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବାଘପାଲି ସ୍ଥିତ ସିଦ୍ଧ ଯୋଗୀ ଚନ୍ଦ୍ରମଣୀ ଦାସଙ୍କ ସମାଧି ପୀଠ ଠାରେ ଚାଲିଥିବା ବକୁଳ ଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି । ଆୟୋଜିତ ଉଦଯାପନୀ ସଭାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଚନ୍ଦ୍ରମଣୀ ସାହିତ୍ୟକୁ କିଭଳି ଭାବରେ ଲୋକଲୋଚନକୁ ଅଣାଯାଇପାରିବ ସେଥିପ୍ରତି ସରକାରଙ୍କ ସଂସ୍କୃତି ବିଭାଗ ସହିତ ଯୋଗାଯୋଗ କରାଜିବ ବୋଲି ପ୍ରତିଶୃତି ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଉଲୁଣ୍ଡା ବ୍ଲକ ଜୋନ ୧ର ଜିଲ୍ଲାପରିଷଦ ସଭ୍ୟା ବିଜୟଲକ୍ଷ୍ମୀ ତରାଇ,ଉତର କୁମାର ପାତ୍ର ମଞ୍ଚାସୀନ ହୋଇଥିଲେ । ମୁକୁନ୍ଦ ଧରୁଆ ସଭା ପରିଚାଲାନ କରିଥିବା ବେଳେ କହ୍ନାଇ ଦେହେରୀ, ପଦ୍ମଲୋଚନ ପଧାନ, ରାଜକୁମାର ଅମାତ, ଘନଶ୍ୟାମ ପଧାନ,ରଞ୍ଜିତ ଦେହେରୀ, ବୁଧୁଲାଲ ଦେହେରୀ ପରିଚାଳନାରେ ସହେଯାଗ କରିଥିଲେ । ସମାରୁ ବଗର୍ତୀ ଧନ୍ୟବାଦ ଦେଇଥିଲେ । ଦୀର୍ଘ ଆଠ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ସପ୍ତାହ ପାରାୟଣ, ପ୍ରବଚନ, ସାରସ୍ୱତ ସମାରୋହ ସହିତ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ତିମ ଦିବସରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.