ବଂଶୀବଟ ତ୍ରୈ ମାସିକ ଆଧ୍ୟାତ୍ମିକ ପତ୍ରିକା ର ଷୋଡଶ ତମ ବାର୍ଷିକୋତ୍ସବ ଏବଂ ରାଜ୍ୟ ସ୍ତରୀୟ ସାହିତ୍ୟ ସମାରୋହ ଉଦଯାପିତ ।

0 277

ବ୍ରହ୍ମପୁର,୨୦/୧୨(ପିପିଟି): ଗତକାଲି ବଂଶୀବଟ ତ୍ରୈ ମାସିକ ଆଧ୍ୟାତ୍ମିକ ପତ୍ରିକା ର ଷୋଡଶ ତମ ବାର୍ଷିକୋତ୍ସବ ଏବଂ ରାଜ୍ୟ ସ୍ତରୀୟ ସାହିତ୍ୟ ସମାରୋହ ଆଙ୍କୁଶ ପୁର, ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ୍ ମହାବିଦ୍ୟାଳୟ ପରିସରରେ ଡା.ପ୍ରଦୀପ୍ତ ଚନ୍ଦ୍ର ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡାକ୍ତର ବିପିନ ବିହାରୀ ଖୁଣ୍ଟିଆ,ସମ୍ମାନିତ ଅତିଥି ଭାବେ ମେଜର୍ ରମା ରମଣ ପାଢୀ, ମୁଖ୍ୟ ବକ୍ତା ଭାବେ,ସୁଶ୍ରୀ ରଞ୍ଜିତା ପ୍ରିୟ ଭାଷିଣୀ, ଯୋଗ ଦେଇ “ସମାଜ ହିତରେ ରାମ କଥା ” ସମ୍ପର୍କ ରେ ଆଲୋଚନା କରିଥିଲେ , ସର୍ବଶ୍ରୀ ନାରାୟଣ ପାତ୍ର, ଡ. ଦିଗରାଜ ବ୍ରହ୍ମା, ଡ.ଅଶୋକ କୁମାର ତ୍ରିପାଠୀ, ଡ.ପ୍ରଦୀପ କୁମାର ପଟ୍ଟନାୟକ, କବି ଚିତ୍ତରଞ୍ଜନ ତ୍ରିପାଠୀ, କବି ମାୟାଧର ନାୟକ, କବି ନୃସିଂହାନନ୍ଦ ମହାପାତ୍ରଙ୍କୁ ବଂଶୀବଟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା, କବି ପ୍ରଫୁଲ୍ଲ କୁମାର ପାତ୍ର, କବି ନୃସିଂହାନନ୍ଦ ମହାପାତ୍ର, ଏବଂ କବି ମାୟା ଧର ନାୟକଙ୍କ ପୁସ୍ତକ ଉନ୍ମୋଚନ କରାଯାଇଥିଲା,ଦ୍ବିତୀୟ ପର୍ବ ରେ ମୃତ୍ୟୁଞୟ ତ୍ରିପାଠୀଙ୍କ ସଭାପତିତ୍ବରେ କବିତା ଆସର ଅନୁଷ୍ଠିତ ହୋଇଥିଲା ଅତିଥି ଭାବେ ଡ.ପ୍ରକାଶ ଚନ୍ଦ୍ର ଦାଶ, ଭାସ୍କର ରାଉତ, ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ଥିବାବେଳେ ସୂଚେତା ପାଣିଗ୍ରାହୀ, ନିହାରିକା ସାହୁ,ବନ୍ଦନା ମିଶ୍ର, କବିତା ଗୁଡିକର ସଂଯୋଜନା କରିଥିଲେ, ଇଂ.ସନ୍ଯାସି ମହାରଣା ମଞ୍ଚ ପରିଚାଳନା କରିଥିବା ବେଳେ କବି ରଞ୍ଜନ କୁମାର ନାହାକ ଧନ୍ୟବାଦ ପ୍ରଦାନକରିଥିଲେ ଏହି ସଭାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଲେଖକ,ଲେଖିକା ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.