ଫୁଲବାଣୀ ସହରରେ ଅଭିନବ ଉପାୟରେ ସରକାରୀ ଜମିକୁ ଜମିମାଫିଆଙ୍କ ଦଖଲ ।

0 598

ଫୁଲବାଣୀ,୩୦/୦୮(ପିପିଟି), ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପଛପାଖ ନାରାୟଣୀ ରୋଡ ଓ ମହିଳା ମହାବିଦ୍ୟାଳୟର ସାମ୍ନା ସରକୁଲାର ରୋଡକୁ ଲାଗି ବୋହୁମୂଲ୍ୟବାନ ସରକାରୀ ଜମିକୁ କିଛି ଜମିମାଫିଆ ଦଖଲ କରି କୋଠାବାଡ଼ୀ କରିଥିବା ବେଳେ ଭଡା ଲଗାଇ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଓ ଖାଲିଥିବା ଅନ୍ୟ କିଛି ଜମିକୁ ଅଭିନବ ଉପାୟରେ ପୁଣି ଦଖଲ କରିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି । ସ୍ଥାନୀୟ ନାରାୟଣୀ ରୋଡରେ ମୂଲ୍ୟବାନ ଜମିକୁ କିଛି ମହିଳା ସଂଗଠନକୁ ହାତବାର୍ଷି କରି କୋଭିଡ କାର୍ଯ୍ୟାଳୟ ନାରେ ଦଖଲ ପାଇଁ ସଫା କରୁଥିବା ନେଇ ପ୍ରସାଶନର ଦୃଷ୍ଟି ଆକର୍ଷଣ କରାଯିବାରୁ ଏହିଭଳି କୌଣସି ବ୍ୟବସ୍ଥା ନଥିବା କିମ୍ବା କୌଣସି ଆବେଦନ ପ୍ରଶାସନ ନିକଟରେ ହୋଇନଥିବା ପ୍ରଶାସନିକ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଏହା ପରେ ସ୍ପଷ୍ଟ ହୋଇଯାଇଛିଯେ ସଚେତନ ନଥିବା କିଛି ମହିଳାଙ୍କୁ ହାତବାର୍ଷି କରି ଜମିମାଫିଆ ମାନେ ଅଭିନବ ଉପାୟରେ ଏହି ଜମିକୁ ଦଖଲ କରିବାକୁ ଚେଷ୍ଟା ଚଳାଇଛନ୍ତି । ପୂର୍ବରୁ ଦଲାଲଙ୍କ ଦ୍ଵାରା ଏହି ଅଞ୍ଚଳରେ ବୋହୁ ସରକାରୀ ଜମି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ରହିଛି । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସରକାରଙ୍କର ବୋହୁ ରାଜସ୍ଵ ହାନି ହେବା ସହ ବୋହୁ ନିରୀହ ଲୋକ ଦଲାଲଙ୍କ ଶିକାର ହେବେ । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.