ଫୁଲବାଣୀ ପୌର ଅଧିକାରୀ ଓ ବି.ଜେ.ଡି ନେତା ଜମି ପଟ୍ଟା ବଣ୍ଟନ ନାରେ ମିଛ କହୁଛନ୍ତି ।

0 496

ଫୁଲବାଣୀ,ତା-୧୫/୧୦(ପିପିଟି);ଫୁଲବାଣୀ ପୌର ପରିଷଦରେ ବସ୍ତି ବାସିନ୍ଦା ଭୂମି ଅଧିକାର ଅଧିନିୟମ ୨୦୧୭ ସର୍ତ୍ତାବଳୀ ପ୍ରକାରେ ଯୋଗ୍ୟତା ପ୍ରମାଣ ପତ୍ରକୁ କିଛି ବି.ଜେ.ଡି ନେତାଙ୍କୁ ସାଙ୍ଗରେ ନେଇ ଫୁଲବାଣୀ ପୌର ଅଧିକାରୀ ଏହି ପ୍ରମାଣ ପତ୍ର ୱାର୍ଡ ୱାର୍ଡ ବୁଲି ଉପଭୋକ୍ତାଙ୍କୁ ବଣ୍ଟନ କରୁଛନ୍ତି । ଏହା ଏକ ସରକାରୀ କାର୍ଯ୍ୟକ୍ରମ ଏଥିରେ ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳର କର୍ମୀ ଓ ନେତାଙ୍କୁ ନେଇ ରାଜନୈତିକ ଉଦେଶ୍ୟ ରଖି ଏହି କାର୍ଯ୍ୟକ୍ରମ କରୁଥିବା ଓ ଉପଭୋକ୍ତାଙ୍କୁ ଭୁଲ ତଥ୍ୟ ପ୍ରଦାନ କରୁଥିବା ନେଇ ଦାବି ଉଠାଇଛି ନଗର ବି.ଜେ.ପି । ଏନେଇ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଲିଖିତ ଅଭିଯୋଗ ନେଇ ବି.ଜେ.ପି ର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ନିଜ ଇଚ୍ଛା ମୁତାବକ ପୌର ଅଧିକାରୀ ଶାସକ ଦଳର କିଛି ନେତା ଓ କର୍ମୀଙ୍କୁ ନେଇ ଉପଭୋକ୍ତାଙ୍କୁ ଏହି ପ୍ରମାଣ ପତ୍ର ଦେଇ ଏହା ସ୍ତାଇ ପଟା ବୋଲି ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି । ପ୍ରକୃତ ଯୋଜନା ନେଇ ସଠିକ ସୂଚନା ଉପଭୋକ୍ତାଙ୍କୁ ପ୍ରଦାନ କରାଯାଉନଥିବା ବେଳେ ମିଛ କଥା କହି ରାଜନୈତିକ ଫାଇଦା ଉଠାଇବା ପାଇଁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛନ୍ତି ଏହି ଦଳ । ଉପଭୋକ୍ତାଙ୍କ ଦଖଲରେ ଥିବା ଯୋଜନାର ନିୟମ ଠାରୁ ଅଧିକା ଜମି ପାଇଁ ହଜାର ହଜାର ଟଙ୍କା ଦେବାକୁ ପଡିବ ବୋଲି ପ୍ରଚାର କରି ମାଲାମାଲ ହେବାକୁ ଚେଷ୍ଟା କରୁଛନ୍ତି ପୌର ଅଧିକାରୀଙ୍କ ସାଙ୍ଗରେ କାର୍ଯ୍ୟକ୍ରମରେ ଥିବା ଏହି ନେତା । ତେବେ ପ୍ରମାଣ ପତ୍ର ଠାରୁ ଅଧିକ ଜମି ଦଖଲରେ ଥିବା ବାସିନ୍ଦାଙ୍କ ପାଇଁ କି ନିୟମ ଏହାକୁ ସ୍ପଷ୍ଟ କରୁନାହାନ୍ତି ପୌର ଅଧିକାରୀ । ଏହାକୁ ନେଇ ଫାଇଦା ଉଠାଉଛନ୍ତି ସାଙ୍ଗରେ ଥିବା ନେତା ଓ କର୍ମୀ । ଏନେଇ ଅଭିଯୋଗ କରିଛନ୍ତି କିଛି ଉପଭୋକ୍ତା । ଏହାର ତଦନ୍ତ ଓ ନିରପେକ୍ଷ ଭାବେ ସରକାରୀ କର୍ମଚାରୀଙ୍କ ଦ୍ଵାରା ବଣ୍ଟନ ଓ ଯୋଜନା ନେଇ ସତ ତଥ୍ୟ ସାଧାରଣ ଉପଭୋକ୍ତାଙ୍କୁ ପ୍ରଦାନ ପାଇଁ ଦାବି କରିଛନ୍ତି ଏହି ଦଳ ।

(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Leave A Reply

Your email address will not be published.