ଫିରିଙ୍ଗିଆ ପୁଲିସ୍ ଜଜେସପଙ୍ଗା ଗ୍ରାମରେ ଚଢାଉ କରି ୧୦୨ କିଲୋ ଗଞ୍ଜେଇ ସହ ଚାରି ଜଣଙ୍କୁ ଗିରଫ କରିଛି।

0 463

ଫୁଲବାଣୀ,୧୮/୧୦(ପିପିଟି);ଗତ ଶୁକ୍ରବାର ରାତିରେ କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ପୋଲିସ ସଦଳବଳେ ଜଜେସପଙ୍ଗା ଗ୍ରାମର କରୁଣା ବେହେରାଙ୍କ ଘର ଉପରେ ଚଢ଼ାଉ କରି ୨ ଜଣ ଜିଲ୍ଲା ବାହାର ଯୁବକଙ୍କ ସହ ୨ ଟି ବାଇକ ଓ ଗଞ୍ଜେଇ ଜବତ କରିଥିବା ବେଳେ ସାଡ଼ିଙ୍ଗିଆ ଜଜେସପଙ୍ଗା ରାସ୍ତା ଉପରୁ ଅନ୍ୟ ୨ ସହଯୋଗୀ ଯୁବକଙ୍କୁ ଗିରଫ କରିଛନ୍ତି । ଏହିମାନଙ୍କ ଠାରୁ ୧୦୨ କିଲୋ ଗଞ୍ଜେଇ ୨ ଟି ପଲସର ମୋଟର ସାଇକେଲ OD-03-P-4381 ଓ ଅନ୍ୟଟି ନମ୍ବର ବିହିନ୍ନ ବାଇକ ଜବତ କରିଛି ପୋଲିସ । ଗିରଫ ଚାରି ଯୁବକ ବଲାଙ୍ଗୀର ଜିଲ୍ଲାର ରାଜକିଶୋର ସାହୁ (୩୬) ଓ ଟୁଟୁ ତାଣ୍ଡି (୩୦) , ସଚିତ୍ ତାଣ୍ଡି (୩୫) ଚାରି ଗଣିଆ ଗାଁର ହୋଇଥିବା ବେଳେ ନୀଳମଣି ଲୁହ (୩୨) ପଟଣାଗଡର ବୋଲି ଜଣା ପଡ଼ିଛି । ଏହି ଯୁବକ ମାନେ ଜିଲ୍ଲା ବାହାରୁ ଆସି ସ୍ଥାନୀୟ ଗଞ୍ଜେଇ ମାଫିଆଙ୍କ ସହ ଘରେ ରହି ଗଞ୍ଜେଇ ବେପାର ଚଳାଉଥିବା ବେଳେ ପୋଲିସ ସ୍ଥାନୀୟ ମାଫିଆଙ୍କ ପ୍ରତି କୋହଳ ନିତି ଅବଲମ୍ବନ କରୁଥିବା ଯୋଗୁଁ ଦିନକୁ ଦିନ ଏହି ଅଞ୍ଚଳ ଗଞ୍ଜେଇ ବେପାର ପାଇଁ ଭୂସ୍ବର୍ଗ ପାଲଟିଛି ଏହି ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ଏହାର ଜ୍ବଳନ୍ତ ପ୍ରମାଣ ଯାହା ଘରୁ ଏହି ମାଫିଆଙ୍କୁ ରାତି ଅଧରେ ଗିରଫ କରାଗଲା ଓ ଗଞ୍ଜେଇ ଜବତ କରାଗଲା ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଶୂନ । ଫଳରେ ଅଞ୍ଚଳରେ ଅନ୍ୟ ବ୍ୟବସାୟୀ ଏହିମାନଙ୍କୁ ଉଦାହରଣକୁ ନେଇ ନିଜେ ଗଞ୍ଜେଇ କାରବାର କରିବା ଓ ଗଞ୍ଜେଇ ମାଫିଆଙ୍କୁ ପ୍ରଶ୍ରୟ ଦେବାକୁ ପଛାଇବେ ନାହିଁ । ପୋଲିସ ଟାଳ ଟୁଳୁ ନିତି ଅବଲମ୍ବନ ନ କରି ନିରପେକ୍ଷ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ)

Leave A Reply

Your email address will not be published.