ଫାର୍ମାସିଷ୍ଟ ସୀମାଞ୍ଚଳ ପଲେଇଙ୍କ ପରଲୋକ ।

0 344

ବେଲଗୁଣ୍ଠା,୦୩/୦୫(ପିପିଟି); ବେଲଗୁଣ୍ଠା ବ୍ଲକ ଅଧୀନସ୍ଥ ମଙ୍ଗଳପୁର ଗ୍ରାମର ସୀମାଞ୍ଚଳ ପଲେଇ (୫୫) ଗତ କାଲି ରାତ୍ର ୧୧ ଘଣ୍ଟିକା ସମୟରେ ବ୍ରହ୍ମପୁର ବଡ଼ ମେଡିକାଲର କାଜୁଆଲଟିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସ୍ୱର୍ଗତ ସୀମାଞ୍ଚଳ  ଜଣେ ଫାର୍ମାସିଷ୍ଟ ହିସାବରେ ମଙ୍ଗଳପୁର ପଞ୍ଚାୟତ ଓ ଆଖପାଖ ଅଞ୍ଚଳରେ ଲୋକଙ୍କୁ ଚିକିତ୍ସା ଯୋଗାଇ ବେଶ୍ ସୁନାମ ଅର୍ଜନ କରିବା ସହ ଜଣେ ପରୋପକାରୀ ଏବଂ  ସ୍ଵେଚ୍ଛାସେବୀ ଭାବରେ ମଙ୍ଗଳପୁର ପଂଚାୟତର ବହୁ ଜନ କଲ୍ୟାଣକାରୀ କାର୍ଯ୍ୟରେ ସାମିଲ୍ ଥିଲେ । ସେ ମଙ୍ଗଳପୁର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ସଦସ୍ୟ ମଧ୍ଯ ଥିଲେ । ତାଙ୍କର ଅକାଳ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ସୀମାଞ୍ଚଳଙ୍କ ମର ଶରୀର ନିଜ ଜନ୍ମ ମାଟି ମଙ୍ଗଳପୁର ମଶାଣିରେ ପଞ୍ଚଭୂତରେ ଲୀନ ହୋଇଯାଇଛି। ସ୍ଵର୍ଗତ ପଲେଇଙ୍କ ମୃତ୍ୟୁରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ସଭାପତି ମାଧବ ଚନ୍ଦ୍ର ଆପଟ, ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀ ପ୍ରଧାନ, ମଙ୍ଗଳପୁର ପଂଚାୟତର ପୂର୍ବତନ ସମିତି ସଭ୍ୟ ବିଦ୍ୟାଧର ବିଷୋୟୀ, ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ଏବଂ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଦସ୍ୟମାନେ ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

 

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.