ଫାଇଲେରିଆ ଔଷଧ ବିତରଣ ପ୍ରସ୍ତୁତି ବୈଠକ ।

0 228

ବେଲଗୁଣ୍ଠା,୨୦/୦୨(ପିପିଟି),ଦେଶକୁ ସମ୍ପୂର୍ଣ୍ଣ ଫାଇଲେରିଆ ମୁକ୍ତ କରିବା ପାଇଁ ପ୍ରତିବର୍ଷ ଔଷଧ ବିତରଣ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଏନେଇ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏବଂ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡ଼ାକ୍ତର ସରୋଜ ପ୍ରଧାନ,ବିପିଏମ୍ ଦୁର୍ଗାପ୍ରସାଦ ପଟ୍ଟନାୟକ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡା ପ୍ରମୁଖ ଯୋଗ ଦେଇ ଆସନ୍ତା ଫେବୃୟାରୀ ୨୫ ତାରିଖ ଠାରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାତଜ୍ଵର ନିରାକରଣ ନିମନ୍ତେ ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ବେଳେ ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଔଷଧ ବଣ୍ଟନ କରାଯିବ ଏବଂ ପ୍ରଥମ ପର୍ଯ୍ଯାୟରେ ଔଷଧ ସେବନ କରିପାରିନଥିବା ବ୍ୟକ୍ତିଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ମପ୍ ଅପ୍ ରାଉଣ୍ଡ୍ ରେ ଔଷଧ ବଣ୍ଟନ କରାଯିବ । ପ୍ରତିବର୍ଷ ଲୋକଙ୍କୁ କେବଳ ଔଷଧ ବଣ୍ଟନ କରାଯାଉଥିବା ବେଳେ ଚଳିତ ବର୍ଷ ଆଶା ଏବଂ ଅଙ୍ଗନୱାଡ଼ିଙ୍କ ଉପସ୍ଥିତିରେ ଔଷଧ ସେବନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯିବ । କାର୍ଯ୍ୟକ୍ରମରେ ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ସୁପରଭାଇଜର ମାନେ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମ ପାଇଁ ଶପଥ ଗ୍ରହଣ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.