ପ୍ଲାଷ୍ଟିକ୍ ମୁକ୍ତ ସଚେତନତା ଶୋଭାଯାତ୍ରା ଓ ପୋଷାକ ବିତରଣ ଉତ୍ସବ ।

0 238

ବେଲଗୁଣ୍ଠା,୧୨/୧୦(ପିପିଟି): ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ସ୍ଥିତ ନାରାୟଣ ପୃଷ୍ଟି ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ ପ୍ଲାଷ୍ଟିକ୍ ମୁକ୍ତ ସଚେତନତା ଶୋଭାଯାତ୍ରା ସହ ଚଳିତ ବର୍ଷର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପଞ୍ଚାୟତ ଶିକ୍ଷା କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ସରପଞ୍ଚ ଜୟରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୋଷାକ ବିତରଣ ଉତ୍ସବରେ ସିଆରସିସି ବିଦେଶୀ ବାଡତ୍ୟା, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରମେଶ ଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ୧୭୯ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଏବଂ ଜୋତା ବିତରଣ କରିଥିଲେ I ଦ୍ୱିତୀୟ ପର୍ଯ୍ୟାୟରେ ସରପଞ୍ଚ ଶ୍ରୀ ନାୟକଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କୁ ନେଇ ପ୍ଲାଷ୍ଟିକ୍ ମୁକ୍ତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ପୂନଃ ବ୍ୟବହାର ହୋଇପାରୁନଥିବା ପ୍ଲାଷ୍ଟିକ୍ କୁ ବ୍ୟବହାର ନକରିବା ପାଇଁ ଜନ ସାଧାରଣଙ୍କୁ ସଚେତନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ଗୌଡ଼ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.