ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ରୋକିବା ନେଇ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେପି ନେତା ମାନଙ୍କ ପହରା ।
ବ୍ରହ୍ମପୁର, ୧୪/୦୩(ପିପିଟି):ଆଜି ପୂର୍ବାହ୍ନ ଘ.୧୦-୦୦ ମିନଟ୍ ଠାରୁ ଅପରାହ୍ନ ଘ.୩-୦୦ ସମୟ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ରୋକିବା ନେଇ ବିଏମସି ନିର୍ବାଚନ ଅଧିକାରୀ ତଥା ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ନେତା ମାନେ ପହରା ଦେବା ସହ ବିଜୁ ଜନତା ଦଳର ଚିଲିକା ବିଧାୟକଙ୍କ ନୃଶସଂ କାଣ୍ଡ ପ୍ରତିବାଦରେ ବିଜେପି କାର୍ଯ୍ଯକର୍ତ୍ତା ମାନେ କଳା ବେଜ୍ ପିନ୍ଧି ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଜଣାଇବା ସହ ଧାରଣାରେ ବସିଥିଲେ। ବିଧାୟକଙ୍କ ଏଭଳି କାର୍ଯ୍ୟକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି ନେତା ମାନେ । ଏଥିରେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା , ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର , ବରିଷ୍ଠ ବିଜେପି ନେତା କାହ୍ନୁ ଚ଼ରଣ ପତି ,ସରୋଜ ସାବତ,ଉତ୍ତମ ପାଣିଗ୍ରାହୀ,କାମନା ପାଢ଼ୀ, ରାମ କୁମାର ପାତ୍ର, ପ୍ରଭାତ ଷଡ଼ଙ୍ଗୀ , ଏନ୍.ରାଜେନ୍ଦ୍ର କୁମାର , ଶରତ ସାହୁ ,ମଦନ ମୋହନ ପାତ୍ର , ସୁନିଲ କୁମାର ସାହୁ , ପ୍ରବୀର ପାତ୍ର , ଡ଼.ଅମୁଲ୍ୟ ଚୌଧୁରୀ , ପ୍ରଦୀପ ମିଶ୍ର,ବାଳକୃଷ୍ଣ ସାମନ୍ତରା, ସୂର୍ଯ୍ୟ ନାହାକ, ଜୟରାମ ରାଉତ, ଅହିଂସା ସାହୁ ,ଗୌରୀ ମହାନ୍ତି , ବିନୋଦ ସିଂ, ଜଗଦୀଶ ପ୍ରଧାନ , ପ୍ରଣୟ ମହାପାତ୍ର,ସୁମନ ଶତପଥି , ରବି ସାବତ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯ୍ଯକର୍ତ୍ତା ମାନେ ଯୋଗ ଦେଇଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )