ପ୍ରାର୍ଥୀପତ୍ର ନାକଚ ସମ୍ପର୍କରେ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ।

0 303

ଭଞ୍ଜନଗର,୨୨/୦୧(ପିପିଟି): ଜଗନ୍ନାଥ ପ୍ରସାଦ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ କବିରାଜ ବେହେରାଙ୍କ ପାର୍ଥିପତ୍ରକୁ ରାଜନୈତିକ ଆକ୍ରୋଶ ଯୋଗୁଁ ଚକ୍ରାନ୍ତ କରି ନାକଚ ଅଭିଯୋଗରେ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀମାନେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଜଣାଇଛନ୍ତି ।ଚଳିତ ପଞ୍ଚାୟତ ନିର୍ବାଚନରେ କବିରାଜ ଜଗନ୍ନାଥପ୍ରସାଦ ପଞ୍ଚାୟତ ରେ ଅନୁସୂଚିତ ଜାତିପାଇଁ ଉଦ୍ଦିଷ୍ଟ ସମିତିସଭ୍ୟ ପ୍ରାର୍ଥୀ ଦାଖଲ ବେଳେ ସମସ୍ତ ଆବଶ୍ୟକୀୟ ଜାତିଗତ କାଗଜପତ୍ର ପ୍ରଦାନ କରିଥିଲେ।ହେଲେ କୌଣସି ସୂତ୍ରରୁ ତାହା ସ୍ଥାନୀୟ ପ୍ରଶାସନ ପକ୍ଷରୁ ନାକଚ ହେବା ଖବର ପାଇ ଉପଜିଲ୍ଲାପାଳଙ୍କ ଅବଗତ କରିବା ସହ ଏହାର ଉପଯୁକ୍ତ ପଦକ୍ଷେପ ନେବା ପାଇଁ କବିରାଜ ଅନ୍ୟ କର୍ମୀଙ୍କ ସହ ଉପଜିଲ୍ଲାପାଳ ନିକଟରେ ଅଭିଯୋଗ କରିଛନ୍ତି।ଏଥିରେ ବିଜେପିର ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ, ବିନାୟକ ତ୍ରିପାଠୀ, ସନ୍ତୋଷ ପାଳ, ସମୀର ନାୟକ, ଅଯୋଧ୍ୟାନଥ ମହାପାତ୍ର, ରବୀନ୍ଦ୍ର ଗୌଡ଼, ନିଳାଞ୍ଚଳ ଖିଲାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.