ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ପରିଣତ କରିବା ଦାବିରେ ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ ବନ୍ଦ ଡାକରା।

0 223

ବେଗୁନିଆ,୧୨/୦୭(ପିପିଟି):ବେଗୁନିଆ ବନ୍ଦ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ଦାବିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥକୁ ବେଗୁନିଆ ଠାରେ ବନ୍ଦ କରିଛନ୍ତି ବେଗୁନିଆ ବାସୀ। ଦୀର୍ଘ ୫୦ ଦିନର ଗଣ ସତ୍ୟା ଗ୍ରହପରେ ବନ୍ଦ ଡାକରା ଦେଇଥିଲା ସ୍ବାସ୍ଥ୍ୟ ସେବା କ୍ରିୟାନୁଷ୍ଠାନ କମିଟି। ମାତ୍ର କୌଣସି ପ୍ରଶାସନ ଅଧିକାରୀ ବେଗୁନିଆ ଅଞ୍ଚଳବାସୀଙ୍କ ଦାବି ଶୁଣି ନ ଥିଲେ। ଯାହା ଫଳରେ ଆଜି ବେଗୁନିଆ ଜାତୀୟ ରାଜପଥ ସହିତ ବେଗୁନିଆ ଥିବା ସମସ୍ତ ଶିକ୍ଷାୁଷ୍ଠାନ ଓ କାର୍ଯ୍ୟାଳୟ ସମ୍ପୂର୍ଣ ଭାବେ ବନ୍ଦ କରାଯାଇଛି। ବନ୍ଦ ଫଳରେ ଯାତାୟାତ ସମ୍ପୂର୍ଣ ଭାବେ ଠପ ହୋଇପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ବେଗୁନିଆ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବେଗୁନିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ଦାବିରେ ଦୀର୍ଘ ୫୦ ଦିନ ହେବ ଗଣ ସତ୍ୟାଗ୍ରହ ସ୍ଵାସ୍ଥ୍ୟ କେନ୍ଦ୍ର ଆଗରେ ଦେଇ ଚାଲିଥିଲେ। ହେଲେ ଏହି ଦାବିକୁ ଏପର୍ଯ୍ୟନ୍ତ ପୁରଣ କରାଗଲାନାହିଁ। ଏହାର ପ୍ରତିବାଦରେ ଆଜି ବେଗୁନିଆବାସୀ ଅଖ ଚକ ବନ୍ଦ କରିଛନ୍ତି । ବନ୍ଦ ଫଳରେ ୫୭ ନମ୍ବର ଜାତୀୟ ରାଜପଥରେ ଯାନ ବାହାନ ଚଳାଚଳ ଠପ୍ ହୋଇପଡ଼ିଛି। ଅନିର୍ଦିଷ୍ଟ କାଳ ପାଇଁ ଏହି ବନ୍ଦ ଜାରି ରହିବ ବୋଲି ଚେତାଇଛନ୍ତି ବେଗୁନିଆବାସୀ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)

Leave A Reply

Your email address will not be published.