ପ୍ରାଥମିକ ସଦସ୍ୟ ପଦରୁ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ଇସ୍ତଫା ।

0 408

କୋଦଳା,୨୧/୦୭(ପିପିଟି):ରାଜ୍ୟ ବିଜେପି ସଂଗଠନ ଓ ଘୁମୁସର ସାଙ୍ଗଠନିକ ଜିଲ୍ଲାରେ ଚାଲିଥିବା ଦଳୀୟ କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ପ୍ରକାଶ କରି ଘୁମୁସର ସାଙ୍ଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା ଆଜି ନିଜ ପଦବୀ ସହିତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ପ୍ରେସ ବିବୃତି ରେ ଜଣାଇଛନ୍ତି । ତତ ସହିତ ରାଜ୍ୟ ସଂଯୋଜକ ଓବିଶି ମୋର୍ଚ୍ଚା ଓ ଗଜପତି ଜିଲ୍ଲା ଓବିସି ମୋର୍ଚ୍ଚା ପ୍ରଭାରୀ ବନୀନ୍ଦ୍ର କୁମାର ସାହୁ ମଧ୍ୟ ନିଜ ପଦବୀ ସହିତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।ସେ କହିଥିଲେ ଯେ ମୁଁ ଯେତେବେଳେ ସମାଜ ସେବାରୁ ରାଜନୀତିକୁ ଆସିଲି ଲୋକଙ୍କ ସେବା କରିବାକୁ ଭାବି ବିଜେପି ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ଯୋଗଦେଲି କିନ୍ତୁ ଆଜି ରାଜ୍ୟ ନେତୃତ୍ୱ ଓ ଜିଲ୍ଲା ନେତୃତ୍ୱ କାର୍ଯ୍ୟକଳାପ ସମ୍ପୂର୍ଣ ଅଲଗା ହୋଇଯାଇଛି ଏଣୁ ଏଥିରେ ମୁଁ ଅସନ୍ତୁଷ୍ଟ ହୋଇ ପଦପଦବୀ ତଥା ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି !ଏଥି ସହିତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିକଟକୁ ଏକ ଲିଖିତ ଇସ୍ତଫା ପତ୍ର ପ୍ରଦାନ କରିଥିବା ନେଇ ପ୍ରକାଶ କରିଥିଲେ । ଆଗାମୀ ଦିନ ରେ କେଉଁ ଦଳରେ ଯୋଗଦେଉଛନ୍ତି ବୋଲି ପଚାରିବାରୁ ଉଭୟେ କହିଥିଲେ ଯେ ବିନା କୌଣସି ଦଳରେ ମଧ୍ୟ ସମାଜ ସେବା କରିପାରିବି ଯଦି କୌଣସି ଦଳରେ ଯୋଗଦେବାକୁ ପଡେ ଆପଣମାନଙ୍କୁ ନିଶ୍ଚିତ ଜଣାଇବୁ ବୋଲି କହିଥିଲେ ।
(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.