ଭଞ୍ଜନଗର,୧୨/୦୪(ପିପିଟି):ଭଞ୍ଜନଗର କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଇତିହାସ ବିଭାଗର ମୁଖ୍ୟ ସୁକାନ୍ତ କୁମାର ମିଶ୍ର,(ଡ଼ାଲୁ ସାର)ଙ୍କ ଆଜି ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିବା ବେଳେ ଆଜି ସକାଳ ସମୟରେ ସେ ହାଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଳଡିକାଲ୍ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ରହିଥିବା ବେଳେ ଡାଲୁ ସାର୍ ଭାବେ ଭଞ୍ଜନଗର ଅଞ୍ଚଳରେ ବେଶ ଲୋକ ପ୍ରିୟତା ରହିଥିଲା। ସେ ୧୯୮୫ ମସିହାରେ କେଏସୟୁବି କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହାପରେ ଉଦୟଗିରି କଲେଜରେ କିଛି ବର୍ଷ ଅଧ୍ୟାପନା କରିବା ପରେ ପୁଣି ଭଞ୍ଜନଗର କଲେଜକୁ ଫେରି ଆସିଥିଲେ। ସେ କଲେଜର ଡ୍ରାମାଟିକ୍ ଓ ସ୍ପୋର୍ଟ ବିଭାଗର ଦାୟିତ୍ବରେ ରହିବା ସହ ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଭାବେ ଦାୟିତ୍ବରେ ରହି ଅବସର ଗ୍ରହଣ କରିଥିଲେ। ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରକୁ ଆସି ଶେଷ ଦର୍ଶନ କରିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )