ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ।

0 310

ବ୍ରହ୍ମପୁର,୨୩/୦୩(ପିପିଟି):ବ୍ରହ୍ମପୁର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପାଇଁ ପ୍ରଶାସନ ସ୍ତରରେ ଏକ ବୈଠକ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯାତ୍ରା ଆୟୋଜକ ପି.ଦୁର୍ଗା ପ୍ରସାଦ ଦେଶୀବେହେରା ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଏପ୍ରିଲ ୪ ତାରିଖ ଠାରୁ ମେ ମାସ ୧ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ ଠାରେ ମାଁ ବୁଢ଼ୀ ଠାକୁରାଣୀ ବିଜେ କରିବେ। ସେହି ଅସ୍ଥାୟୀ ମଣ୍ଡପ ଠାରେ ଯାତ୍ରା ସୁପରିଚାଳନା ତଥା ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ, ମହାନଗର ନିଗମ,ଜଳଯୋଗାଣ, ବିଦ୍ୟୁତ ବିଭାଗ,ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ପାଇଁ ଆଜିର ବୈଠକରେ ଆଲୋଚନା ହୋଇଥିଲା ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.