ପ୍ରସିଦ୍ଧ ପାତାଳି ଶ୍ରୀକ୍ଷେତ୍ର ସମେତ ଅଂଚଳର ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ।

0 226

ଉଲୁଣ୍ଡା ,୨୦/୦୬(ପିପିଟି): ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ଵପ୍ରସିଦ୍ଧ ଶ୍ରୀ ଜଗନ୍ନାଥ, ବିଶ୍ୱ ନିୟନ୍ତା, ଚତୁର୍ଦ୍ଧା ମୂରତି ଙ୍କ ରଥଯାତ୍ରା ମହା ଆଡମ୍ବର ରେ ପାଳିତ ହୋଇଯାଇଛି । ଆଜି ଉଲୁଣ୍ଡା ବ୍ଲକସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଜଗନ୍ନାଥ ଧାମ ପାତାଳି ଶ୍ରୀକ୍ଷେତ୍ର ଠାରେ ରୀତିନୀତି ଅନୁଯାୟୀ ପୂର୍ବ ନିର୍ଘଣ୍ଟ ପ୍ରକାରେ ସକାଳ ୬ଟାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ ଅନୁଷ୍ଠିତ ହୋଇଥିଲା। ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ କରାଯାଇଥିଲା। ପୂର୍ବାହ୍ନ ୮ ଟାରୁ ୯ ଟା ମଧ୍ୟରେ ସକାଳ ଧୂପ ଓ଼ ଖେଚୁଡ଼ି ଭୋଗ କରାଯିବା ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହାପରେ ମଙ୍ଗଳାର୍ପଣ ୯.୩୦ରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା। ପରେ ଗାଁ ଗୌନ୍ତିଆ ଶ୍ରୀଯୁକ୍ତ ଚମରା ଆମାତ ରଥରେ ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିବାବେଳେ ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା। ଏଥିରେ ହଜାର ହାକର ଶ୍ରଦ୍ଧାଲୁଙ୍କର ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା ।ଶ୍ରାଦ୍ଧଳୁ ଭକ୍ତ ଙ୍କ ନାମ, ସଂକୀର୍ତନ, ହରିବୋଲ, ହିଳହୁଳି, ଘଣ୍ଟ ଶଙ୍ଖ, ଶବ୍ଦ ସହିତ ଜୟ ଜଗନ୍ନାଥ, ଜୟଜଗନ୍ନାଥ ଧ୍ଵନି ରେ ରଥ ଟଣା ହୋଇ ମାଉସୀ ମନ୍ଦିର କୁ ପହଂଚି ଥିଲା  । ସେହିପରି ଅଂଚଳର ବିଭିନ୍ନ ସ୍ଥାନ ଗୁଡିକରେ ରଥଯାତ୍ରା କମିଟି ପକ୍ଷରୁ ରୀତିନୀତି ଅନୁଯାଇ ଛେରା ପହଁରାଠୁ ଆରମ୍ଭ କରି ରଥ ଟଣା ହୋଇ ମାଉସୀ ମା ମନ୍ଦିରକୁ ମହାପ୍ରଭୁ ଭାଇ ଓ ଭଉଣୀ ଙ୍କୁ ଧରି ପହଂଚି ଥିଲେ । ବିଭିନ୍ନ ସ୍ଥାନରେ ଭକ୍ତ ଙ୍କ ବହୁ ସମାଗମ
ଦେଖାଯାଇଥିବା ବେଳେ ରଥ ଯାତ୍ରାକୁ ନେଇ ପୋଲିସ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳ,ବିଭିନ୍ନ ସ୍ୱେଚ୍ଛା ସେବି ଅନୁଷ୍ଠାନ ପକ୍ଷରୁ ରଥ ଯାତ୍ରା ରେ ସହଯୋଗ କରିଥିବାବେଳେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପାନୀୟ ଜଳ, ପଣା ଓ ଭୋଗ ର ବ୍ୟବସ୍ଥା କରାଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ତରଫରୁ ସମଗ୍ର ଅଂଚଳରେ କଡାକଡି ପାଟ୍ରୋଲିଙ୍ଗ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.