ପ୍ରଶାସନ ଅବହେଳାର ପ୍ରତିବାଦ : ରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ ।

0 600

ଉଲୁଣ୍ଡା,୨୧/୦୮(ପିପିଟି) ; ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମପଞ୍ଚାୟତ ଗୋଲାବନ୍ଧ ରୂପଞ୍ଚାୟତ ମୁଖ୍ୟାଳୟକୁ ସଂଯୋଗ କରିଥିବା ରାସ୍ତାଦୀର୍ଘଦିନରି ଅଭହେଳିତ ହୋଇ ପଡି ରହିଥିବାରୁ ଏହାର ପ୍ରତିବାଦ ସ୍ବରୂପ ରାସ୍ତାରେ ଗ୍ରାମବାସିମାନେ ଧାନତଳି ରୋଇଛନ୍ତି । ଏବେ ବର୍ଷାଦିନ ହୋଇଥିବାରୁ ରାସ୍ତାର ଅବସ୍ଥା ବେହାଲ ହୋଇପଡିଛି ।ବିଶେଷକରି ଅବାଧରେ ଲୁହାଚକ ଲଗା ଟ୍ରାକ୍ଟର ଯିବା ଆସିବା କରୁଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି ।ଉକ୍ତ ଗ୍ରାମରୁ ପଞ୍ଚାୟତ ମୁଖ୍ୟାଳୟକୁ ଯିବାକୁ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବି ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଜି ଏହାର ପ୍ରତିବାଦ ସ୍ବରୂପ ଗ୍ରାମର କେତେକ ମହିଳା ଓ ପୁରୁଷ ବାହାରି ଏହି ରାସ୍ତାରେ ଧାନ ତଳି ରୋଇଛନ୍ତି । ପ୍ରଶାସନ ପକ୍ଷରୁ ଏହି ରାସ୍ତାକୁ ଶୀଘ୍ର କଂକ୍ରିଟକରଣ କରିବାକୁ ଦାବି ହେଉଛି । ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.