ଦିଗପହଣ୍ଡି,୧୦/୧୦(ପିପିଟି);
ଗଞ୍ଜାମ ଜିଲ୍ଲା କେ . ନୂଆଗାଁ ଥାନା ଅର୍ନ୍ତଗତ ଦେଓଖାଳି ଗ୍ରାମର ଦଳିତ ଶିକ୍ଷିତ ଝିଅ ପ୍ରମୋଦିନୀଙ୍କ ହତ୍ୟାକାରୀକୁ ଗିରଫ ଦାବି ରେ କେ.ନୂଆଗାଁ ଥାନା ଘେରାଉ କଲେ ଗଞ୍ଜାମ ଜିଲ୍ଲା ବିଜେପି କର୍ମୀ। ବୃଦ୍ଧା ମାଆ ମାଗୁଛି ନ୍ୟାୟ।”ପ୍ରମୋଦିନୀ ହତ୍ୟା କାଣ୍ଡ ର ୫ମାସ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି। ଦଳିତ ଝିଅ ପ୍ରମୋଦିନୀଙ୍କ ପରିବାରକୁ ନ୍ୟାୟ ଦବ କିଏ ?ପ୍ରଥମେ ପୋଲିସ କାହିଁକି ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ କୁ ଅପମୃତର ମାମଲା ରୁଜୁ କରି ରଫା ଦଫା କରିବା କରିଥିଲା ଅପ ଚେଷ୍ଟା।ଆଜି ପ୍ରମୋଦିନୀଙ୍କୁ ନ୍ୟାୟ ଦାବିରେ ବିଜେପି ତତ୍ପରତା। ବଳାତ୍କାର ଉଦ୍ୟମ ଓ ପରେ ହତ୍ୟା ଭଳି ଏକ ଜଘନ୍ୟ ଅପରାଧ କରାଯାଇଥିଲା ବୋଲି ଅଭିଯୋଗ ଆଣିଲା ବିଜେପି।ପରିବାର ଲୋକେ ସ୍ଥାନୀୟ ଥାନାକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା କରିଥିଲେ ଥାନା ଅଧିକାରୀ ମାଧବାନନ୍ଦ ନାୟକ ବୋଲି ଅଭିଯୋଗ କରିଛନ୍ତି ପ୍ରମୋଦିନୀ ଙ୍କ ପରିବାର ସଦସ୍ୟ। ଏନେଇ ସେ ଆରକ୍ଷ ଅଧିକ୍ଷକ ଙ୍କ ପାଖକୁ ଗୁହାରି କରିବା ପାଇଁ ୫ଥର ଯାଇଥିଲେ ମଧ୍ୟ ପୋଲିସ ନିରାଵଦ୍ରଷ୍ଟା ସାଖିଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ। ପ୍ରମୋଦିନୀଙ୍କ ମୃତ୍ୟୁ ଦିନ ଘଟଣା ସ୍ଥଳକୁ କେ ନୂଆଗାଁ ଥାନା ଅଧିକାରୀ ଓ ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଯାଇ ତଦନ୍ତ କରିଥିଲେ ମଧ୍ୟ କିପରି ଏହାକୁ ଏକ ଅପମୃତ ମାମଲା ରୁଜୁ କରିଥିଲେ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେ ନୂଆଗାଁ ଥାନା ଅଂଚଳରେ ପୋଲିସକୁ ହାତ ବାରିସୀ କରି ଅନେକ ବାଲି ଚାଲାଣ, ଅପରାଧ ଚାଲିଥିଲେ ମଧ୍ୟ ପୋଲିସ ଚେଇଁ ଶୋଇଛି କିପରି ? ସେଦିନ ଥିଲା । ମେ ମାସ ରବିବାର ସକାଳ ସମୟ ସକାଳ ୮ ଘଣ୍ଟ ପ୍ରମୋଦିନି ମାଁ ଙ୍କ ସହ ରାଶି ଫସଲ ଦେଖିବାକୁ କ୍ଷେତକୁ ଯାଇ ଆଉ ଘରକୁ ଫେରି ନଥିଲେ ପ୍ରମୋଦିନୀ ନାଇକ। ଶେଷ ଥର ପାଇଁ ମାଆ ଡାକ ଶୁଭିଥିଲା ନଦୀ ପଠାରୁ। ଝିଅର ଡାକ ଶୁଣି ନଦୀ ପଠା ରେ ପହଞ୍ଚିଥିଲେ ମାଆ।ତା ପରେ ଯାହା ଦେଖିଲେ ସେଥିରେ ଧର୍ଯ୍ୟ ହରା ହୋଇ ଗାଁ କୁ ଦୌଡ଼ି ଆସିଥିଲେ ମାଆ ରମା ନାଇକ ଗାଁ ଲୋକଙ୍କ ସହଯୋଗରେ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା କଣ୍ଟେଇଯୋଡି ନଦୀ ପଠାରୁ ।ପୋଲିସ ଉପଯୁକ୍ତ ତଦନ୍ତ କରାନଯାଇ ନଥିବା କାରଣ ହେତୁ ଦୋଷୀମାନେ ସମାଜରେ ଖୁଲମଖୁଲା ଭ୍ରମଣ କରୁଛନ୍ତି ବୋଲି ସାଧାରଣ ଜନତା ସହ ମୃତ ପ୍ରମୋଦିନିଙ୍କ ମା ଅଭିଯୋଗ କରିଛନ୍ତି । ଯଦି ଆସାମୀକୁ ତୁରନ୍ତ ଗିରଫ କରା ନ ଯାଏ ତେବେ ଆଗାମୀ ଦିନ ରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଏକ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି।ଆଜିର ଉକ୍ତ ଥାନା ଘେରାଉ କାର୍ଯ୍ୟକ୍ରମ ରେ ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ, ମହନ୍ତ ଚିନ୍ମୟ ନନ୍ଦ ଦାସ, ପରେସ ରଥ, ବନିତା ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ।
(ରିପୋର୍ଟ – ସାଇଦୀପ୍ ପୂଜାରୀ ।)