ବେଲଗୁଣ୍ଠା,୦୫/୦୨(ପିପିଟି);ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ବିଭାଗରେ ବିଭିନ୍ନ ପ୍ରକାର ସୁବିଧା ପାଇବାକୁ ବ୍ୟବସ୍ଥା କରିଥିଲେ ସୁଦ୍ଧା ନାନା ପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଥିବା ଜଣାପଡିଛି। ଆଜି ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବଙ୍କା ପଞ୍ଚାୟତ ର ଆର ଆଇ କାର୍ଯ୍ୟାଳୟ ରେ ପ୍ରମାଣ ପତ୍ର ଆବେଦନ କରି ସମୟ ଭିତରେ ନ ପାଇ କିଛି ଛାତ୍ର ଛାତ୍ରୀ ଅଭିଯୋଗ କରିଥିବା ଜଣାପଡିଛି। ଘଟଣା ଏହା ଯେ ବହୁତ ଆଗରୁ ଅଞ୍ଚଳର କିଛି ଲୋକ ପଟା ପାଇଁ ଆବେଦନ କରି ଥିଲେ ବି ପାଇବାକୁ ହେଲେ ଅର.ଆଇ ଗୀତାଞ୍ଜଳି ମଲ୍ଲିକ କିଛି ଲାଞ୍ଚ ମଗୁଥିବା ନେଇ ଆମ ପ୍ରତିନିଧିଙ୍କୁ ଜନୈକ ବ୍ୟକ୍ତି ବିଶେଷ ଫୋନ ମାଧ୍ୟମରେ ଜଣାଇଥିଲେ। ହେଲେ ଆଜି କିଛି ଛାତ୍ର ଛାତ୍ରୀ ଆମ ପ୍ରତିନିଧିଙ୍କୁ ଜଣାଇଲେ ଯେ ଗତ ସମୟ ଭିତରେ ଆମେ ପ୍ରମାଣ ପତ୍ର ନ ପାଇବାରୁ ଆମେ ସରକାରୀ ସୁବିଧାରୁ ବଂଚିତ ହେଲୁ। ଆର ଆଇ ଜାଣିଶୁଣି ବହୁତ ଥର ଦୌଡାଇ ଥିଲେ ଏବଂ ସମୟ ର ଘୋର ଅଭାବ ବୋଲି ଦର୍ଶାଇଥିଲେ।ଏ ନେଇ ଆର.ଆଇଙ୍କୁ ଯୋଗାଯୋଗ କରିବାରୁ ସେ କର୍ମଚାରୀ ଅଭାବ, ଇଣ୍ଟର୍ନେଟ୍ କାମ କରୁନି ଏବଂ ଆମେ ଏ ନେଇ ନିଜେ ତାଲିମ ପ୍ରାପ୍ତ ହେଇନହୁ ବୋଲି ଦର୍ଶାଇଥିଲେ। ୦୫/୦୧/୨୧ ଠାରୁ ଆବେଦନ କରି ୨୦/୦୧/୨୧ ସୁଦ୍ଧା ଆମେ ଅମର ପ୍ରମାଣ ପତ୍ର ପାଇପରିଲୁନାହି ବୋଲି ଦୁଃଖ ପ୍ରକାଶ କରିବା ସହ କିଛି ଅଭିଭାବକ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଏହା ପ୍ରତି ଧ୍ୟାନ ଦିଅନ୍ତୁ ଯା ଦ୍ଵାରା କି ଅଞ୍ଚଳ ବାସୀ ଉପକୃତ ହୋଇପାରିବେ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )