ଯାଜପୁର,(ପିପିଟି)୦୭/୦୬ ,ସାରା ବିଶ୍ୱ ରେ କରୋନା ମହାମାରୀ ବିଚଳିତ କରିଥିବା ସମୟରେ ସେଠାରେ ନିଜକୁ ସୁରକ୍ଷା ମନେ ନ କରି ଘରକୁ ଆସିବା ପାଇଁ ନିଜ ନାରୀ ଶକ୍ତି ବଳରେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଓ କଟକ ଜିଲ୍ଲାର ୧୦ ଜଣ ଯୁବତୀ ଆନ୍ଧ୍ରପ୍ରଦେଶର ସୁଲୁରପେଟା ୪୦୦ କିଲୋମିଟର ଏକ କ୍ୟାବ ସହ ବିଜୟୱାଡା ରେଳ ଷ୍ଟେସନରେ ଓଡିଶାକୁ ଟ୍ରେନ ଯାଉଥିବାର ଖବର ପାଇ ଟ୍ରେନ ଟିକେଟ କରି ପହଞ୍ଚିବା ପରେ ତାଙ୍କ ଟ୍ରେନ କୁ ହାତ ଛଡା କରିଥିଲେ।ସେଠାରେ ରାତିରେ ଝିଅ ମାନେ ଯିବେ କୁଆଡେ ,କରିବେ କଣ କେହି ତାଙ୍କ କଥା ଶୁଣିନଥିଲେ ନା ଷ୍ଟେସନ ମାଷ୍ଟ୍ରର ନା ପୋଲିସ କେହି ବି ଶୁଣିନଥିଲେ।ତାପରେ ସେମାନେ ସେଠିକାର ଜଣେ ତାଙ୍କ ବନ୍ଧୁଙ୍କୁ ଜଣାଇବା ପରେ ସେ ଏକ ସୁରକ୍ଷିତ ସ୍ଥାନ କୁ ନେଇଯାଇଥିଲେ ଏବଂ ଏମାନେ ସେଠି ନିଜକୁ ସୁରକ୍ଷିତ ମନେ ନ କରି ପୁଣି ଷ୍ଟେସନ କୁ ଫେରିଥିଲେ। ଅନ୍ଧକାର ରାତିରେ ଝିଅ ମାନେ ଷ୍ଟେସନରେ କିଛି ନ ଖାଇ ନ ପିଇ ଦୁଇ ଦିନ ବିତିଯିବା ପରେ ଫେସବୁକ ପେଜ ରେ ଦେଖି ସଙ୍ଗେ ସଙ୍ଗେ ଅଂଶୁମାନ ଟ୍ରଷ୍ଟ ର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କୁ ଖବର ଜଣାଇଥିଲେ ସଙ୍ଗେ ସଙ୍ଗେ ଖବର ପାଇ ହିମାଂଶୁ ସେଠାରେ ତାଙ୍କ ବନ୍ଧୁଙ୍କ ସହ ଯୋଗାଯୋଗ କରି ତାଙ୍କ ହାତରେ ରାତ୍ରି ଭୋଜନ ପହଞ୍ଚାଇବା ସହ ଓଡିଶା ଆସିବା ପାଇଁ ଏକ ଗାଡି ଠିକ କରି ସେମାନଙ୍କୁ ସୁରକ୍ଷା ର ସହ ପଠାଇଥିଲ ଏବଂ ରାତି ସାରା ଅନିଦ୍ରା ରହି କିଭଳି ଝିଅ ମାନେ ସୁରକ୍ଷିତ ରେ ଓଡିଶା ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କ ସହ ହିମାଂଶୁ ସହ ଯୋଗାଯୋଗ ରେ ଥିଲେ ।