ବେଲଗୁଣ୍ଠା,୧୪/୦୮(ପିପିଟି): ସୁଦୂର ଆମେରିକାରେ ରହି ପ୍ରବାସୀ ଓଡ଼ିଆ ତଥା ବେଲଗୁଣ୍ଠା ଗୋପିନାଥ ସାହିର ମୁଳ ବାସିନ୍ଦା ଦାମୋଦର ସାହୁ ନିଜ ମାତୃଭୂମିର ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ କିଛି କରିବା ପାଇଁ ଆରମ୍ଭ କରିଥିଲେ ମୁଳିଆ ସ୍ମାରକ ଛାତ୍ର ବୃତ୍ତି ।ଗତ ଦୁଇ ବର୍ଷ ପୁର୍ବେ ଏହାର ଶୁଭାରମ୍ଭ ହୋଇଥିବା ଏହି ବର୍ଷ ମଧ୍ୟ ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି । ଜି.ଟି ହାଇସ୍କୁଲ ପରିସରରେ ହୋଇଥିବା ଏହି ମେଧାବୃତ୍ତି ପ୍ରଦାନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁର୍ବତନ ପ୍ରଧାନଶିକ୍ଷକ ଚନ୍ଦ୍ରଭାନୁ ପାଢୀଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ହାଇକୋର୍ଟ ଆଇନଜୀବୀ ଓମ୍ ପ୍ରକାଶ ସାହୁ ସଭାପତିତ୍ବ କରିଥିଲେ ।କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଏନ୍ଏସି ନୀର୍ବାହି ଅଧିକାରୀ ରାକେଶ କୁମାର ପାତ୍ର,ଥାନାଧିକାରୀ ପ୍ରକାଶ କୁମାର ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ବିଦ୍ୟୁତ ବିଭାଗୀୟ ଏସ୍.ଡି.ଓ ଆଦିତ୍ୟ ପ୍ରସାଦ ଦାଶ,ଯୁବ ନେତା ତଥା କାଉନସିଲର ଦିବ୍ୟ ରଞ୍ଜନ ଦାଶ,ଜି.ଟି ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ନିବେଦିତା ପାଳକ, ଗାର୍ଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ ନିଶାକର ସାହୁ,ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ,ମୁଳିଆ ସ୍ମାରକୀ ଛାତ୍ରବୃତ୍ତି କୋର୍ କମିଟି ସଦସ୍ୟ ଅଶ୍ୱିନୀ କୁମାର ମହାନ୍ତି ଓ ପ୍ରଭାତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବିଦେଶରେ ରହି ନିଜ ମାତୃଭୂମି ପାଇଁ ଚିନ୍ତା କରିବା ଏବଂ ତାକୁ କାର୍ଯ୍ୟକ୍ଷମ କରିବା ନିଶ୍ଚିତ ଭାବରେ ଅଞ୍ଚଳ ପ୍ରତି ଗର୍ବର ବିଷୟ ବୋଲି କହିବା ସହିତ ଦାମୋଦର ସାହୁ ଘୁମୁସର ଅଞ୍ଚଳ ପାଇଁ ଉଦାହରଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହିତ ଶିକ୍ଷା ହିଁ ସମଗ୍ର ମାନବ ଜାତିକୁ ଉପଯୁକ୍ତ ସଂସ୍କାର ପ୍ରଦାନ କରିବ ବୋଲି ସେମାନେ ଗୁରୁତ୍ୱାରୋପ କରିଥିଲେ । ଜି.ଟି ହାଇସ୍କୁଲର ପୁରାତନ ଛାତ୍ର ଦାମୋଦର ନିଜ ଛାତ୍ର ଜୀବନରେ ବହୁ ଆର୍ଥିକ ବାଧାବିଘ୍ନର ସମ୍ମୁଖୀନ ହୋଇମଧ୍ୟ ନିଜ ପରିଶ୍ରମ,ଇଛାଶକ୍ତି ଓ ଅଧ୍ୟବସାୟ ଫଳରେ ଆଜି ଆମେରିକାରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଏକ ଇଚ୍ଚ ପଦବୀରେ କାର୍ଯ୍ୟରତ । ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହି ମଧ୍ୟ ନିଜ ପିତା ସ୍ୱର୍ଗତ ମୂଳିଆ ସାହୁଙ୍କ ନାମରେ ଛାତ୍ରବୃତ୍ତି ଆରମ୍ଭ କରି ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସହାୟତା କରିବା ବିଦ୍ୟାଳୟ ପାଇଁ ଗର୍ବର କଥା ବୋଲି ଆଲୋଚନା ହୋଇଥିଲା ଡଃ ଦାମୋଦର ସାହୁ ଭିଡିଓ କନଫରେନ୍ସି ଜରିଆରେ ଆମେରିକାରୁ ଛାତ୍ରଛାତ୍ରୀ ଓ ଅଭିବାବକ ମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରି ନିଜ ଛାତ୍ର ଜୀବନ ଅନୁଭୂତି ପ୍ରଦାନ କରିଥିଲେ । ଏହି ବୃତ୍ତି ଜରିଆରେ ମେଧାବୀ ଛାତ୍ରଛାତ୍ରୀ ପୃଥ୍ୱୀରାଜ ମହାରଣା, ଆଦିତ୍ୟ ନାରାୟଣ ସାହୁ, ମନିଷା ପରିଡା,ପୂଜାରାଣୀ ସାହୁ, ଆୟୁଷ୍ମାନ ପରିଡା,ଅର୍ପିତା ଡାକୁଆ,ଜସ୍ମିନ୍ ପାଣିଗ୍ରାହୀ,ରଶ୍ମିତା ନାୟକ, ବର୍ଷାରାଣୀ ପାତ୍ର,ଗାୟତ୍ରୀ ନାୟକ, ରୋଶନୀ ବେହେରା, ପାୟଲ୍ ବେବର୍ତ୍ତାଙ୍କୁ ମୁଳିଆ ସ୍ମାରକୀ ତରଫରୁ ୮ ହଜାର ଟଙ୍କା ଲେଖାଏଁ ଉଚ୍ଚଶିକ୍ଷା ପାଇଁ ସହାୟତା ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ଓ ସେମାନଙ୍କ ଅଭିବାବକ ବୃନ୍ଦ ଡଃ ସାହୁଙ୍କୁ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧି ସୁଶାନ୍ତ କୁମାର ବେହେରା, ବିଭୁପାଦ ଜେନା,ଶିବ ପ୍ରସାଦ ମହାପାତ୍ର,ଶିବରାମ ଚୌଧୁରୀ, ନାରାୟଣ ପଣ୍ଡା,ଶୁଭକାନ୍ତ ନାୟକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ କୋର୍ କମିଟି ସଦସ୍ୟ ଅଶ୍ୱିନୀ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )