ପ୍ରବଳ ଲଘୁଚାପ ବର୍ଷାଯୋଗୁଁ ଯାତାୟତ ବାଧାପ୍ରାପ୍ତ।

0 344

ବୋଲଗଡ଼,୧୩/୦୯ (ପିପିଟି):ବୋଲଗଡ଼ ଅଞ୍ଚଳର ଦଳାଇସାହି ଗ୍ରାମ ପଞ୍ଚାୟତ ସମେତ ଭୀମପଡା ଠାରୁ ମାଣିକଗୋଡା ରାଜରାସ୍ତାର ମାଳିସାହି ବ୍ରିଜ ଉପରେ ଦୁଇ ଦିନ ଲଗାଣବର୍ଷା ହେତୁ ଦୁଇ କୁଳଖାଇ ବହୁମାତ୍ରାରେ ବର୍ଷାଜଳ ଯାଉଥିବା ରୁ ସାଧାରଣ ଯାତାୟତରେ ବାଧାପ୍ରାପ୍ତ ହୋଇଛି। ବହୁତ ଲୋକ ଅସୁବିଧାର ସମୁଖିନ ହେଉଛନ୍ତି। ଏପରିକି ମାଣିକଗୋଡା ଠାରୁ ଗୋଡଭଙ୍ଗା ଦେଇ ଖଣ୍ଡପଡ଼ାକୁ ଯାଉଥିବା ଥିବାରାସ୍ତା ଜଳମଗ୍ନ ଦ୍ୱାରା ରାସ୍ତା ବିଛିନ୍ନ ହୋଇପଡିଛି। ତତ୍ ସହିତ ମାଣିକଗୋଡା ଠାରୁ କଳାଙ୍ଗ ରାସ୍ତା ଉପରେ ପାଣି ବହୁମାତ୍ରାରେ ପ୍ରଭାବିତ ହେବାରୁ ଚାଷ ଜମି ସବୁ ପାଣିରେ ବୁଡିରହି ସବୁଆଡେ ସମାନ ପାଣି ଭର୍ତ୍ତି ହୋଇଯିବାରୁ ହିଡବାଡି ଭାଙ୍ଗି ଧୋଇଯାଇଅଛି। ଫଳରେ ଚାଷୀକୂଳ ହା ହତାଶ ହୋଇପଡିଛନ୍ତି

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.