ପ୍ରଧାନ ଶିକ୍ଷକ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ।

0 226

ବୋଲଗଡ଼,୩୧/୦୫(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାଗରଗୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ଚରଣ ସାହୁ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ଜୟଦେବ ସିଂହ ଚାକିରୀ ରୁ ଅବସର ନେଇ ଥିବାରୁ ତାଙ୍କୁ ସ୍କୁଲ୍ ପରିଚାଳନା କମିଟି, ସ୍କୁଲର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ କୃଷ୍ଣଚନ୍ଦ୍ର ବଳିୟାରସିଂହ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକାରୀ ସଭାପତି ଓଷ୍ଠା ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର,ସରପଞ୍ଚ ରମାମଣୀ ଦେଇ,ପ୍ରଧାନ ଶିକ୍ଷକ ମହାଦେବ ପାଟଯୋସି, ବି ଆର ସିସି ପଦ୍ମଚରଣ ବେହେରା,ପ୍ରଫୁଲ କୁମାର ସିଂହ, ବୋଲଗଡ଼ ଶିକ୍ଷକ ପରିବାରର ସଭାପତି ପ୍ରଭାକର ସାହୁ ପ୍ରମୁଖ ଯୋଗ ଦେଇ ଅବସର ପ୍ରଧାନ ଶିକ୍ଷକ ଓ ଶ୍ରୀଯୁକ୍ତ ସିଂହ ଙ୍କର ଜୀବନ କାହାଣୀ ବିଷୟରେ ଆଲୋକପାତ କରିଥିଲେ। ସଭା ଆରମ୍ଭ ପୁର୍ବରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ସଂଗୀତ ଗାନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଅତିଥି ମାନଙ୍କ ଦ୍ବାରା ପ୍ରଧାନ ଶିକ୍ଷକ ଓ ଶ୍ରୀଯୁକ୍ତ ସିଂହ ଙ୍କୁ ଉତ୍ତରୀୟ ସହିତ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ପରିଚୟ ଶିକ୍ଷକ ପ୍ରଫୁଲ କୁମାର ସିଂହ ପ୍ରଦାନ କରି ଥିବାବେଳେ, ସହକାରୀ ଶିକ୍ଷକ ରସାନନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.