ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଜିଲ୍ଲା ବିଜେପିର ଦାବିପତ୍ର ପ୍ରଦାନ।

0 271

ରାୟଗଡା,୧୮/୦୬(ପିପିଟି);ଶୁକ୍ରବାର ଆଜି ରାୟଗଡା ବିଜେପି ତରଫରୁ ବିଧାନସଭା ପ୍ରାର୍ଥୀ ବସନ୍ତ ଉଲ୍ଲାକାଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଗଲା। ସାରା ଦେଶରେ କୋଭିଡର କଠିନ ପରିସ୍ଥିତିକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଗରୀବ ଲୋକଙ୍କ ପାଇଁ ୮.୧୭ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଞ୍ଜୁର କରିଛନ୍ତି,କିନ୍ତୁ ଓଡ଼ିଶା ସରକାର ଓ ପ୍ରଶାସନ ଏହାକୁ ସଠିକ ଭାବରେ ସର୍ଭେ ନକରି ମନୋମୁଖୀ ଭାବରେ ପ୍ରଦାନ କରିଥିବା ଦାବୀପତ୍ରରେ ଉଲ୍ଲେଖ ଅଛି। ରାୟଗଡ଼ା ଗୋଟିଏ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସେଇଥିପାଇଁ ରାୟଗଡ଼ା ବିଧାନସଭା କ୍ଷେତ୍ରରେ ୧୫୦୦୦ ଘର ମଞ୍ଜୁର କରାଯାଉ। ଯଦି ଏହାପ୍ରତି ସଠିକ ପଦକ୍ଷେପ ନ ନିଆଯିବ ତା ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ଉଲ୍ଲାକା। ଉକ୍ତ କାର୍ଯ୍ୟକ୍ରମରେ ଭାଜପା ରାୟଗଡା ବିଧାନସଭା ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲାକା ସମେତ ନଗର ବିଜେପି ସଭାପତି ଶ୍ୟାମ କୁମାର ଦାଶ, ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବିଦ୍ୟାଭୂଷଣ ପଣ୍ଡା, ନଗର ସମ୍ପାଦକ ଅଜୟ କୁମାର ଚୁଲେଟ, ନଗର ସମ୍ପାଦକ ଜଗଦୀଶ ସୁନାରୀ,ଜିଲ୍ଲା ଏସ.ସି. ମୋର୍ଚ୍ଚା ସାଧାରଣ ସମ୍ପାଦକ ଟି.ନାଗରାଜୁ ପ୍ରମୁଖ ଦାବୀପତ୍ର ପ୍ରଦାନ କରିବା ସମୟରେ ଉପସ୍ଥିତ ଥିଲେ ।
(ରିପୋର୍ଟ – ନବୀନ ନାୟକ ବେହେରା ।)

Leave A Reply

Your email address will not be published.