ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗ ରହିବ ନାହିଁ ।

0 1,785

ନୂଆଦିଲ୍ଲୀ,୩୧/୦୩; ଓଡିଶାରେ କିଛିବର୍ଷ ଧରି ଆବାସ ଯୋଜନାକୁ ନେଇ ରାଜନୈତିକ ଛକାପଞ୍ଝା ଲାଗିରହିଥିଲା । ଏଣିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏୱାଇ) ଘରେ ବିଜୁ ପକ୍କାଘର ଲୋଗୋ ରହିବ ନାହିଁ । ଏନେଇ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ସଚିବ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ପିଏମଏୱାଇରେ ଦୁଇଟି ଷ୍ଟିକର ମରାଯାଇଥିବା ପୂର୍ବରୁ ଅଭିଯୋଗ କରିଥିଲା ବିଜେପି । ବିଜୁ ପକ୍କାଘର ଷ୍ଟିକର ମାରିବା ନେଇ ପ୍ରଥମେ ଆପତ୍ତି ମଧ୍ୟ ବିଜେପି ଉଠାଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟପାଳଙ୍କୁ ଭେଟି ବିଜେପି ସ୍ମାରକ ପତ୍ର ଦେଇଥିଲା । ଏନେଇ ଗତ ମାର୍ଚ୍ଚ ୩୦ରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର । ପିଏମଏୱାଇରେ ବିଜୁ ପକ୍କାଘର ଯୋଜନା ଲୋଗୋ ଅନୁମୋଦିତ ନୁହେଁ, ତେଣୁ ସରକାର ଏହାକୁ ବ୍ୟବହାର କରିପାରିବେ ନାହିଁ । କେନ୍ଦ୍ର ଗ୍ରାମୀଣ ବିକାଶ ସଚିବଙ୍କ ରାଜ୍ୟ ସରକାରଙ୍କୁ ଏନେଇ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.