ବୌଦ୍ଧ,୧୨/୦୫(ପିପିଟି); ଆଜି ମଧ୍ୟାହ୍ନରେ ସିପିଆଇର ବରିଷ୍ଠ ନେତା ହରଭଙ୍ଗା ଶାଖା କମିଟି ସଦସ୍ୟ ।ଚାରିଛକରେ ଜେଏମଏଫସି କୋର୍ଟ ସ୍ଥାପନ ବୌଦ୍ଧରେ କୃଷିବିଶ୍ବବିଦ୍ୟାଳୟ ମେଡିକାଲ କଲେଜ ସ୍ଥାପନ , ନଦୀ ସଂଯୋଗୀକରଣ ଆଳରେ ପ୍ରସ୍ତାବିତ ମଣିଭଦ୍ରାପ୍ରକଳ୍ପ ବିରୋଦ୍ଧି ଆନ୍ଦୋଳନ ପ୍ରଭୃତି ଅନେକ ଲଢେଇର ନାୟକ ସାଥି ପ୍ରଦୀପ ଠାକୁରଙ୍କର ଆଜି ଦେହାନ୍ତ ହୋଇଛି । ସକାଳୁ ସାମାନ୍ୟ ଅସୁସ୍ଥତା ଅନୁଭବ କରିବା ପରେ ନିଜ ଜନ୍ମଭୂମି ହରଭଙ୍ଗା ପଞ୍ଚାୟତ ଡିଁଆଘାଟରୁ ପ୍ରଥମେ ହରଭଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଘର ଲୋକ ଆଣିଥିଲେ ।ତତପରେ ହରଭଙ୍ଗା ସଚବାସ୍ଥ୍ୟକେନ୍ଦ୍ରରୁ ବୌଦ୍ଧ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ବୌଦ୍ଧଜିଲ୍ଲା ମୁଖ୍ୟଚିକିସ୍ଛାଳୟରେ ଚିକିସ୍ଛାଧିନ ଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟୁଖବର ପାଇ ସିପିଆଇ ଜିଲ୍ଲା ସହସମ୍ପାଦକ ଜୟନ୍ତ ଦେହୁରୀ, ୦୯ନଂଜୋନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ପ୍ରମୁଖ ଯାଇ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଯଣାଇଥିଲେ । ତାଙ୍କ ବିୟୋଗରେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରଦୀପ ମହାକୁଡ, ଏଆଇଓ୍ବାଇଏଫ ଜିଲ୍ଲାସଭାପତି ସୁଧାଂଶୁ ପ୍ରଧାନ, ସମ୍ପାଦକ ପ୍ରଦୀପ ବେହେରା, ପ୍ରକାଶ ବେହେରା, ଶ୍ରମିକ ନେତା ସୁବଳ ଦୀପ, ପ୍ରଦୀପ ସାହୁ, ଗୋପାଳ ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।