ପ୍ରଥମ ପର୍ଯ୍ଯାୟ ଭୋଟ ଶେଷ, ପୋଲସରା ବ୍ଲକରେ ୬୭.୦୬ ପ୍ରତିଶତ ଭୋଟ।

0 265

ପୋଲସରା,୧୬/୦୨(ପିପିଟି):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ୨୬ଟି ପଞ୍ଚାୟତର ୨୬୯ ଟି ବୁଥରେ ଶାନ୍ତିପୂର୍ଣ୍ଣ ମତଦାନ ସରିଛି। ନିର୍ବାଚନ ପୂର୍ବ ଦିନ କଳମ୍ବ ଓ ମନ୍ଦାର ପଞ୍ଚାୟତରେ ଉତ୍ତେଜନା ଓ ଆକ୍ରମଣକୁ ନେଇ ଥାନାରେ ମାମଲା ହୋଇଥିଲା। ଆଜି ମତଦାନ ସମୟରେ ପୁଲିସର ସତର୍କ ପଦକ୍ଷେପ ଯୋଗୁଁ ଶାନ୍ତିପୂର୍ଣ୍ଣ ମତଦାନ ସରିଛି। ପୋଲସରା ବ୍ଲକରେ ୬୭.୦୬ ପ୍ରତିଶତ ମତଦାନ ହୋଇଥିବାର ସୂଚନା ମିଳିଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Leave A Reply

Your email address will not be published.