ପ୍ରତ୍ୟେକ ଦିବସ ପ୍ରେସ୍ ଦିବସ : ଜିଲ୍ଲାପାଳ ଶ୍ରୀ ରାଠୋର ।

0 263

ଯାଜପୁର,୧୬/୧୧(ପିପିଟି): ସମାଜର ପ୍ରତିଟି ଦିବସ ଏକ ନୂତନ ଦିବସ ଓ ପ୍ରତ୍ୟେକ ଦିବସ ପ୍ରେସ୍ ଦିବସ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ମତବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ପ୍ରେସ୍ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ରାଠୋର ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଜନସାଧାରଣ, ସରକାର ଓ ପ୍ରଶାସନ ମଧ୍ୟରେ ଏକ ସେତୁ ସଦୃଶ କାର୍ଯ୍ୟ କରିଥାଏ ଗଣମାଧ୍ୟମ । ପ୍ରତ୍ୟେକ ଦିନ ଜନସାଧାରଣଙ୍କର ସମସ୍ୟା, ସେମାନଙ୍କର ଆବଶ୍ୟକତା, ଯୋଜନାର ପ୍ରସାର ପ୍ରଚାର କାର୍ଯ୍ୟ କରୁଥିବାରୁ ଏହା ଲୋକ ମାନଙ୍କୁ ଅଶେଷ ସହଯୋଗ ପ୍ରଦାନ କରିଥାଏ । ବିଶେଷ କରି ପ୍ରଶାସନ ଏହାଦ୍ୱାରା ଜନସାଧାରଣଙ୍କ ସମସ୍ୟାକୁ ଜାଣିବା ସହ ସମାଧାନ କରିଥାଏ । ମହାମାରୀ କରୋନା ସମୟରେ ଯେପରି କଷ୍ଟ ଓ ନିଷ୍ଠାର ସହ ଗଣମାଧ୍ୟମ କାର୍ଯ୍ୟ କରିଚ୍ଥନ୍ତି ତାହା ସବୁ ବେଳେ ପ୍ରଶଂସନୀୟ ବୋଲି କହିବା ସହ ସେମାନଙ୍କ ସୁରକ୍ଷା ଓ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପ୍ରତିଶୃତିବଦ୍ଧ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଗଣମାଧ୍ୟମର କାର୍ଯ୍ୟ ଏକ ସାମାଜିକ ସେବା ବୋଲି ଅଭିହିତ କରିବା ସହ କରୋନା ସମୟରେ ସମଗ୍ର ଗଣାମାଧ୍ୟମର କାର୍ଯ୍ୟ ଯୋଗୁଁ ପ୍ରଶାସନ, ସାଧାରଣ ଜନତା ଅନେକ ଊପକୃତ ହୋଇଚ୍ଥନ୍ତି ବୋଲି କହିଥିଲେ । ଗଣମାଧ୍ୟମ ଓ ପ୍ରଶାସନ ମଧ୍ୟରେ ସୁ ସମନ୍ୱୟ ସାଧାରଣ ଜନତାଙ୍କ ମୌଳିକ ଆବଶ୍ୟକତା ପୂରଣକୁ ତ୍ୱରାନ୍ୱିତ କରୁଚ୍ଥି ବୋଲି ସେ କହିଥିଲେ । ଉପ ଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ ପ୍ରାଚୀନ କାଳରୁ ପ୍ରେସ୍ ଭୂମିକା ଗୁରୁତ୍ୱ ବହନ କରିଆସିଚ୍ଥି ବୋଲି କହିଥିଲେ । ନିଜ ଜୀବନକୁ ବିପଦ ସଙ୍କୁଳ ଅବସ୍ଥାରେ ରଖି ମଧ୍ୟ ଗଣମାଧ୍ୟମ ପ୍ରତିନିଧି ମାନେ ସମାଜର ବୃହର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଥାନ୍ତି । ତେବେ ପ୍ରଭାବିତ ହେଲେ ସ୍ୱଭାବ ନଷ୍ଟ ହୁଏ । ନିରପେକ୍ଷ ଭାବେ ସୁସ୍ଥ ସମାଲୋଚନା ଗଣତନ୍ତ୍ରକୁ ଦୃଢ କରିବ ବୋଲି ସେ ମତ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାର ତିନି ଜଣ କୋଭିଡ ଯୋଦ୍ଧା ମୃତ୍ୟୁବରଣ କରିଥିବାରୁ ସେମାନଙ୍କୁ ରାଜ୍ୟ ସରକାର ୧୫ ଲକ୍ଷ ଲେଖାଏଁ ଟଙ୍କା ଓ ଅନ୍ୟ ଦୁଇ ଜଣଙ୍କ ଅନ୍ୟାନ୍ୟ କ୍ଷେତ୍ରରେ ମୃତ୍ଯୁ ପାଇଁ ୪ ଲକ୍ଷ ଲେଖାଏଁ ଟଙ୍କା ସରକାର ପ୍ରଦାନ କରିଥିବାର ସୂଚନା ଦେଇଥିଲେ । ସେଥିପାଇଁ ସମସ୍ତେ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ଜୟନ୍ତ କୁମାର ଗୋସ୍ୱାମୀ, ଆଦିତ୍ୟ ମେକାପ୍, ସମରଜିତ ମହାନ୍ତି, ଅମୂଲ୍ୟ କୁମାର ପତି, ବିରଜା ପ୍ରସାଦ ପାଣି, ଅଜୟ ରାଉଳ, ମହେଶ୍ୱର ସାହୁ, ତପନ କୁମାର ମହାରଣ୍ୟ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ବିବିଧ ସମସ୍ୟା, ଆବଶ୍ୟକତା, ସୁରକ୍ଷା ସଂପର୍କରେ ଆଲୋକପାତ କରିଥିଲେ । ପରେ ପ୍ରେସ୍ ଦିବସ ଅବସରରେ ଅନୁଷ୍ଠିତ ମହାମାରୀ ସମୟରେ ଗଣମାଧ୍ୟମ: ଏକ ନୂତନ ଆହ୍ୱାନ ସଂପର୍କୀତ ଓଡିଆ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ କରୋନା ଯୋଦ୍ଧା ଦିବଂଗତ ଅଶୋକ କୁମାର ସାହୁ , ପ୍ରଭାତ କୁମାର ରାଊତରାୟ, ରତିକାନ୍ତ ବଳ ଓ ଅନ୍ୟ ଦିବଂଗତଙ୍କ ଉଦ୍ଦେଶ୍ୟରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯାଜପୁର ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ଊପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ବରିଷ୍ଠ ରାଜସ୍ୱ ସହାୟକ ସୁବ୍ରତ କୁମାର କାନୁନଗୋ, କ୍ଷିପ୍ରଲେଖିକା ମିନତୀ ଦାଶ, ପ୍ରୋଜେକ୍ସନିଷ୍ଟ ଶାନ୍ତନୁ କୁମାର ସାହୁ, କର୍ମଚାରୀ ସତ୍ୟଜିତ୍ ନାୟକ, ବିନୋଦ କୁମାର ସିଂସିଙ୍ଖୁ, ରବିନ୍ଦ୍ର କୁମାର ଦାସ, ରତିକାନ୍ତ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.