ପ୍ରତୀକ୍ଷାର ଅନ୍ତ,ପାଣିକୋଇଲି ବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି ଆରମ୍ଭ ହେଲା ଟ୍ରମା କେୟାର କାର୍ଯ୍ୟ ।

0 343

ଯାଜପୁର,୩୦/୦୬(ପିପିଟି) : ପ୍ରତୀକ୍ଷାର ଘଟିଛି ଅନ୍ତ । ପାଣିକୋଇଲି ବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ପାଣିକୋଇଲି ବାସୀଙ୍କୁ ରାଜ୍ୟ ସରକାର ଭେଟି ଦେଇଥିଲେ ଟ୍ରମା କେୟାର ସେଣ୍ଟର । ହେଲେ ଏହାର ବିଳମ୍ବତା ସାଧାରଣରେ ସନ୍ଦେହ ଜାତ ହୋଇଥିଲା । ଏବେ ଟ୍ରମା କେୟାର କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବରୁ ଚିହ୍ନଟ ହୋଇଥିବା ଜମି ଉପରେ ରାଜସ୍ୱ ବିଭାର ପୁନଃ ଚିହ୍ନଟ ଓ ସରଜମିନ ତଦନ୍ତ ପରେ ସେଥିଲାଗି ସୀମା ନିର୍ଦ୍ଧାରଣ କରାଯାଇ ଖୁଣ୍ଟ ପୋତା ହେବା ସହ ଜାତୀୟ ରାଜପଥରୁ ଆପ୍ରୋଚ ରୋଡ ଆରମ୍ଭ ହୋଇଛି । ଏଥି ପାଇଁ ଜଳ ନିଷ୍କାସନକୁ ଗୁରୁତ୍ୱ ଦେଇ ହ୍ୟୁମ ପାଇପ ପଡିବା ସହ ଆସ୍ଥାୟୀ କ୍ୟାମ୍ପ ପାଇଁ ଅସ୍ଥାୟୀ ବିଦ୍ୟୁତ ସଂଯୋଗ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଏନେଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପାଣିକୋଇଲି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ବର୍ତ୍ତମାନ ୬୫ କୋଟିର ଟେଣ୍ଡର ହୋଇଛି । କଟକର ଡିଭାଇନ କନଷ୍ଟ୍ରକସନ ଏହି କାର୍ଯ୍ୟ ପାଇଁ ଟେଣ୍ଡର ନେଇ କାମ ଆରମ୍ଭ କରିଛି ବୋଲି ସୂଚନା ଦେଇଥିଲେ । ଆପ୍ରୋଚ ରୋଡ ନିର୍ମାଣ ପରେ ଚିହ୍ନଟ ଜମିକୁ ପୋତା କାର୍ଯ୍ୟ ଆରମ୍ଭ କରାଯିବ । ଦୁଇ ବର୍ଷ ମଧ୍ୟରେ ଏହା ସମ୍ପୂର୍ଣ୍ଣି କରଣ କରାଯିବାକୁ ସ୍ଥିର ହୋଇଛି ବୋଲି କହିଥିଲେ । ପାଣିକୋଇଲିରେ ଟ୍ରମା କେୟାର ସେଣ୍ଟର (ଦୁର୍ଘଟଣା ସେବା ଚିକିତ୍ସାଳୟ) କରାଯିବାକୁ ପ୍ରତିଶୃତି ଦେଇଥିଲେ ଓ ପୂରଣ କରୁଛନ୍ତି ଯାଜପୁର ବିଧାୟକ ତଥା ଏବେର ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏନେଇ ୨୦୧୯ ମାର୍ଚ୍ଚ ୭ ତାରିଖରେ ଟ୍ରମା କେୟାର ସେଂଟରର ଶୁଭ ଶିଳାନ୍ୟାସ କରାଯାଇଥିଲା । ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ କୁମାର ଜେନା, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଅତିଥିଭାବେ ଉତ୍ସବରେ ଯୋଗଦେଇଥିଲେ । ୨୦୨୦ ଅକ୍ଟେବର ୯ତାରିଖ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପାଣିକୋଇଲିରେ ଶହେ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଂଟର ପାଇଁ ପ୍ରାୟ ୭୦କୋଟି ବ୍ୟୟ ଅଟକଳ କରି ଅର୍ଥ ମଞ୍ଜୁର କରିଥିଲେ । ଏଥି ସହିତ ଟ୍ରମା କେୟାର ନକ୍ସା ମଧ୍ୟ ପ୍ରସ୍ତୁତ ହୋଇଥିଲା । ପାଣିକୋଇଲି ଠାରେ ଦୁଇଟି ରାଜପଥର ସଂଯୋଗ ଓ ଜିଲ୍ଲାର ମଧ୍ୟସ୍ଥଳ ହୋଇଥିବାରୁ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଜୀବନ ବଞ୍ଚିବାରେ ଏହା ସହାୟକ ହେବ ବୋଲି ସମସ୍ତେ ଅନୁଭବ କରିଥିଲେ । ସେ ଯାହା ବି ହେଉ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । କଟକ ସର୍କଲ ଅଧିକ୍ଷଣ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ବାରମ୍ବାର ଗସ୍ତ ଓ କାର୍ଯ୍ୟ ଆରମ୍ଭ ନେଇ ସମୀକ୍ଷା କରିବା ସହ କାର୍ଯ୍ୟ କୁ ତ୍ୱରାନୀତ କରାଇଛନ୍ତି ।

Leave A Reply

Your email address will not be published.