ପ୍ରତିଶୃତି ପରେ ହଟିଲା ଏଫସିଆଇ ଶ୍ରମିକଙ୍କ ଧାରଣା ।

0 237

କନ୍ଧମାଳ:୨୩/୦୧(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ଏଫସିଆଇ ଶ୍ରମିକ ସଂଗଠନ ପକ୍ଷରୁ ଏଫସିଆଇ ସମ୍ମୁଖରେ ଧାରଣା ଦୀର୍ଘ ୧୫ଦିନ ବ୍ୟାପି କାର୍ଯ୍ୟ ବନ୍ଦକରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ଧାରଣା ଦେବା ପରେ ସିଏସଓ ଅନାଥ ସ୍ବାଇଁ ଧାରଣା ପାଖରେ ପହଞ୍ଚି ଶ୍ରମିକ ମାନଙ୍କୁ ବୁଝା ସୁଝା କରିବା ସହ ଦୁଇମାସ ଭିତରେ ଏଠାରୁ ଚାଲିଯାଇଥିବା ୨ଟି ବ୍ଳକକୁ ଫେରାଇ ଆଣିବା ପାଇଁ ଆମେ ହେଡ କ୍ୱାର୍ଟରକୁ ଲେଖି ଜଣାଇବୁ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଲିଥିବା ଧାରଣା ହଟିଥିଲା । ସୂଚନା ଅନୁସାରେ ସଭାପତି କେଶବ ଚନ୍ଦ୍ର ଦିଗାଲଙ୍କ ନେତୃତ୍ବରେ ଫୁଲବାଣୀ ଏଫସିଆଇ ଶ୍ରମିକ ସଂଗଠନ ପକ୍ଷରୁ ଏଫସିଆଇ ସମ୍ମୁଖରେ ଧାରଣା ଆଜକୁ ୧୫ଦିନ ହେଲା ଚାଲିଥିଲା । ଦିର୍ଘ ୧୨ଦିନ ଧାରଣାର ଅତିକ୍ରାନ୍ତ ପରେ ଏଫସିଆଇ ସଂଘ ପକ୍ଷରୁ ସମସ୍ତ ଶ୍ରମିକଙ୍କ ସହମତି କ୍ରମେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ପାଇଁ ମଧ୍ୟ ନିଷ୍ପତି ନିଆଯାଇଥିଲା । ସଂଘ କହିବାନୁଯାୟୀ ଶ୍ରମିକମାନେ ବର୍ଷବର୍ଷ ଧରି ଏହି ସରକାରୀ ଗୋଦାମରେ କାର୍ଯ୍ୟରତ । ଏପରିକି କରୋନା ମହାମାରୀ ସମୟରେ ମଧ୍ୟ ସମଗ୍ର ବିଶ୍ବ କରେନା ସହ ଲଢେଇ କରୁଥିବା ବେଳେ ଏହି ଶ୍ରମିକ ମାନେ ନିଜ ଜୀବନକୁ ବାଜି ଲଗେଇ କରାଜା ଯୋଦ୍ଧା ସଦୃଶ୍ୟ କାର୍ଯ୍ୟ କରି ଆସୁଥିଲେ । ଜିଲ୍ଲା ଯୋଗାଣ ବିଭାଗ ଅଧିନରେ ପରିଚାଳିତ ତିନୋଟି ଗୋଦାମ ରହିଛି । ଏଥି ମଧ୍ୟରୁ ଦୁଇଟି ନିଜସ୍ୱ ହୋଇଥିବା ବେଳେ ଅନ୍ୟଟି ବେସରକାରୀ ଠିକାଦାରଙ୍କ ଦ୍ବାରା ପରିଚାଳିତ । ବିଗତ ଦିନରେ ବିଭିନ୍ନ ଆଳ ଦେଖାଇ ଶ୍ରମିକ ମାନଙ୍କ ଠାରୁ ୨ଗୋଟି ଚାଉଳ ଉଠାଣ କ୍ଷମତା ବାହାର କରି ଦିଆଯାଇ ଥିଲା । ଉକ୍ତ ୨ଟି ସରକାରୀ ଗୋଦାମ ଅଧୀନରେ ୩୭ରୁ ଉର୍ଦ୍ଧ୍ଵ ପରିବାରର ୨୦୦ରୁ ଉର୍ଧ୍ଵ ସଦସ୍ୟ ନିର୍ଭର କରି ପେଟ ପୋଷଣ କରୁଥିଲେ । ଚଳିତ ବର୍ଷ ଯୋଗାଣ ବିଭାଗ ଟେଣ୍ଡରରେ ଦୁଇଟି ବ୍ଳକ ଟିକାବାଲି ଓ ଜି.ଉଦୟଗିରିର ଚାଉଳ ଉଠାଣ କ୍ଷମତା ଅପସାରଣ କରାଯାଇଛି । ବେସରକାରୀ ଗୋଦାମକୁ ଅହେତୁକ ଅନୁକମ୍ପା ଦେଖାଇ ବିଭାଗ ଦୁଇଶହ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବୋଲି ଶ୍ରମିକ ସଂଘ ଲିଖିତ ଆକାରରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ବୋଲି ସମ୍ପାଦକ ଦଶରଥ ସହୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଶ୍ରମିକଙ୍କ ପାଖରେ ପହଂଚି ବୁଝାସୁଝା କରିବା ପରେ ସିଏସକୁ ୪ଟି ବ୍ଲକର ସମସ୍ତ କାମ ଏହି ଧାରଣାଗତ ଶ୍ରମିକ ମାନଙ୍କୁ ଦିଆଯାଉ ଏବଂ ଯାଇଥିବା ୨ଟି ବ୍ଳକ ଫେରାଇ ଅଣିବାପାଇଁ ଜିଲ୍ଲାପାଳଙ୍କ ବାରମ୍ବାର ଜଣାଇବା ସହିତ ଉପରସ୍ତ ଅଧିକାରୀଙ୍କୁ ଅବଗତ କରାଇବାକୁ ଅନୁରୋଧ କରିଥିଲେ । ଶ୍ରମିକମାନେ ସିଏସଓ ଅନାଥ ସ୍ୱାଇଁ ଏବଂ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ କଥା ରଖି ଧାରଣାରୁ ହଟିଥିଲେ । ଦୁଇମାସ ଭିତରେ ଯଦି ଆମ କଥା ଜିଲ୍ଲା ପ୍ରଶାସନ ନବୁଝିବେ ତେବେ ଆମେ ବାଧ୍ୟ ହୋଇ ପୁର୍ନବାର ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ )

Leave A Reply

Your email address will not be published.