ପ୍ରଜାପତି ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଚାରି ଦିନିଆ ଯୁବଶକ୍ତି ଯାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 317

ବୋଲଗଡ଼,୧୦/୦୧(ପିପିଟି);ଦେଶ ଓ ସମାଜର ବିକାଶ ଦିଗରେ ସବୁବେଳେ ଯୁବସମାଜ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଯେଉଁ ଦେଶ ଯେତେ ବିକଶୀତ ସେ ଦେଶର ଯୁବକ ସେତିକି ଜାଗ୍ରତ ଓ ସଶକ୍ତ। କିନ୍ତୁ ଆଜି ଆମ ଦେଶ ସମାଜର ଯୁବକ ପଥଭ୍ରଷ୍ଟ,ନିଶାସକ୍ତ ଓ ବ୍ୟଭିଚାର ନିକଟରେ କବଳିତ। ତେଣୁ ସମାଜର ନୈତିକ ଶିକ୍ଷାର ବିକାଶ ଓ ପଥଭ୍ରଷ୍ଟ ଯୁବସମାଜକୁ ସଠିକ୍ ଦିଗରେ ଆଣି ସମାଜର ବିକାଶ ସ୍ରୋତରେ ସାମିଲ୍ କରିବା। ଏହି ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକର ଧଳାପଥର ଠାରେ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ବରୀୟ ବିଦ୍ୟାଳୟ ତରଫରୁ ଚାରି ଦିନିଆ ଯୁବ ଶକ୍ତି ଯାଗରଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଅଛି। ଏଥିରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଏବଂ ଅନୁଷ୍ଠାନ ର ମୁଖ୍ୟ ସଂଚାଳକ ଯାଗ୍ୟସିନୀ ଭଉଣୀ ଆବାହାକତ୍ୱରେ ଏହି କାର୍ଯ୍ୟକ୍ରମ ତ୍ଵରାନିତ କରିଥିଲେ। ଯାହାର ମୁଖ୍ୟ ଲକ୍ଷ୍ୟ ଥିଲା ଏକ “ସ୍ୱର୍ଣ୍ଣୀମ ଭାରତ ସୃଷ୍ଟିରେ ଯୁବଶକ୍ତିର ମହତ୍ଵ”।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.