ଯାଜପୁର,୦୬/୧୧(ପିପିଟି); ମହାମାରୀ କରୋନା କବଳରେ ସାରା ପୃଥିବୀ । ଏ ଭଳି ବିପଦ ସମୟରେ ଓଡିଶା ସମେତ ଜିଲ୍ଲାର ବିଭିନ୍ନ ଅଂଚଳରେ ଗରିବ ଲୋକଙ୍କୁ ସାହାଯ୍ୟ ହାତ ବଢାଇଥିଲେ ବିଭିନ୍ନ ସମାଜସେବୀ ସଂଗଠନ ସେମାନଙ୍କ ସମାଜସେବା ସମ୍ପର୍କିତ ଖବର ଟିଭି ହେଉବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଯାଜପୁର ଜିଲ୍ଲାର ଏମିତି ଜଣେ ସରକାରୀ ଅଫିସର ଯିଏକି କରୋନା ସମୟରେ ବହୁ ଗରିବ ଲୋକଙ୍କୁ ସାହାଯ୍ୟ କରିଛନ୍ତି କିନ୍ତୁ ନିଜର ପ୍ରଚାର ପ୍ରସାର କରିନାହାଁନ୍ତି ଆମେ କହୁଛୁ ଯାଜପୁର ଜିଲ୍ଲାର ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକଙ୍କ କଥା ମହାମାରୀ କରୋନା ସମୟରେ ଯଥା ସମ୍ଭବ ଗରିବ ଲୋକଙ୍କ ପାଖରେ ପହଂଚି ଶୁଖିଲା ଖାଦ୍ୟ ,ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହିତ ରାସ୍ତା ରେ ବୁଲୁଥିବା ଗାଈ ମାନଙ୍କୁ ଖାଦ୍ୟ ବାଣ୍ଟିଛନ୍ତି । ମୁଁ ଜଣେ ସରକାରୀ କର୍ମଚାରୀ ସରକାରୀ କାମ ସରିବା ପରେ ମୋତେ ଯେତିକି ସମୟ ମିଳେ ଏଭଳି କାମ କଲେ ମୋତେ ଶାନ୍ତି ମିଳେ ଓ ମାନବ ସେବା ହିଁ ମାଧବ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ ।