କୋଦଳା,ତା-୧୦/୧୦(ପିପିଟି); ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ଧବଳେଶ୍ଵର ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ନୀଳକଣ୍ଠ ଦାଶ ୨୦୨୦ ମସିହା ପାଇଁ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ୬୬ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ମାନପତ୍ର ସହ ଦଶ ହଜାର ଟଙ୍କାର ଏକ ଚେକ୍ ଶ୍ରୀ ଦାଶଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ବନ ଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ଦକ୍ଷୀଣ ଘୁମୁସର ବନ ଖଣ୍ଡ ଅଧିକାରୀ ସତ୍ୟନାରାୟଣ ଦେହୁରୀ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶିକ୍ଷକ ଶ୍ରୀ ଦାଶ ଏହି ପୁରସ୍କାର ପାଇଥିବାରୁ ବ୍ଲକ୍ ର ଶିକ୍ଷକ ମାନଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଖୁସି ବ୍ୟକ୍ତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ଦାଶ ସତ୍ୟସାଇ ସେବା ସଂଗଠନର ଜିଲ୍ଲା ସଂଯୋଜକ ଭାବେ ଦାୟିତ୍ଵ ଗ୍ରହଣ କରି ନିଜର ସାଂଗଠନିକ ଦକ୍ଷତାକୁ ମଧ୍ଯ ପ୍ରତିପାଦନ କରିଛନ୍ତି ।