ପ୍ରକୃତି ଓ ପରିବେଶ ସହ ଜଡିତ ତାଳ।

0 233

ବୋଲଗଡ଼,୨୨/୦୪(ପିପିଟି):ଖରାଦିନେ ମିଳୁଥିବା ବିଭିନ୍ନ ପ୍ରକାରର ଫଳମଧ୍ୟରୁ ତାଳସଜ ହେଉଛି ଅନ୍ୟତମ ଏବଂ ପ୍ରାୟ ସମସ୍ତଙ୍କର ପସନ୍ଦ ହୋଇଥାଏ। ଖରାଦିନରେ ତାଳସଜ ଖାଇବାକୁ ସମସ୍ତେ ଭଲପାଆନ୍ତି। ତାଳ ହେଉଛି ଏକ ରୁତୁକାଳିନ ଫଳ ସେଥିପାଇଁ ସମସ୍ତେ ଖାଇବା ପାଇଁ ପସନ୍ଦ କରନ୍ତି। ପ୍ରଚଣ୍ଡଖରାରେ ତାଳସଜର ବେସ୍ ଚାହିଦା ରହିଛି। ଯାହା ଫଳରେ ତାଳସଜର ଦର ବଢିବାରେ ଲାଗିଛି। ଖରାଦିନେ କେବଳନୁହେଁ ତାଳ ଓ ତାଳଗଛର ଚାହିଦା ବର୍ଷସାରା ରହିଛି। ଶୀତଦିନେ ତାଳଗଛର ରସ ବା ତାଡିକୁ ସଂଗ୍ରହ କରି ଆଦିବାସୀ ଲୋକ ମାନେ ମୃଦୁନିଶା ଭାବରେ ସେବନ କରିଥାନ୍ତି। ସେହିପରି ପାଚିଲା ତାଳରସରେ ପିଠାକରିବା ପାଇଁ ଲୋକ ମାନଙ୍କ ମଧ୍ୟରେ ବହୁତ ଚାହିଦା ରହିଛି। ଏହି ତାଳ ଗାଁ ଗହଳିରେ ପ୍ରାୟ ମିଳିଥାଏ କିନ୍ତୁ ତାଳସଜର ଚାହିଦାକୁ ଦେଖି ସହର ଅଞ୍ଚଳର ରାସ୍ତା କଡ଼ରେ ବିକ୍ରି କରାଯାଇଥାଏ । ବିଶେଷ କରି ଖରାଦିନେ କିଛି ଲୋକମାନେ ତାଳସଜକୁ ଗରମ ଦିନରବନ୍ଧୁ କହିଥାନ୍ତି। ଏହି ତାଳ ସଜ ପାଟିକି ଯେପରି ସ୍ୱାଦିଷ୍ଠ ପେଟକୁ ସେହିଭଳି ଥଣ୍ଡା ପ୍ରଦାନ କରିଥାଏ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.