ପ୍ରକୃତିର ତାଣ୍ଡବ,ଘୂର୍ଣ୍ଣି ଝଡରେ ଭାଙ୍ଗିଲା ଅନେକ ବୃକ୍ଷ, ମାଲକାନଗିରିରେ ବିଦ୍ଯୁତ ସଂଯୋଗ ବିଛିନ୍ନ ।

0 315

ମାଲକାନଗିରି,୧୩/୦୧(ପିପିଟି): ଗତ କାଲି ସଂଧ୍ଯା ୮ଟା ସମୟରେ ଅଚାନକ ଘୂର୍ଣ୍ଣି ଝଡ ହେବା ଫଳରେ ମାଲକାନଗିରି ସଦର ମହକୁମାରେ ଅନେକ ବୃକ୍ଷ ଭାଙ୍ଗି ବିଦ୍ଯୁତ ତାର ଉପରେ ପଡିଯିବା ଯୋଗୁଁ ସାରା ରାତି ବିଦ୍ଯୁତ ବିଛିନ୍ନ ହୋଇ ଯାଇଛି । କେବଳ ୨୦ ମିନିଟ ମଧ୍ଯରେ ପ୍ରକୃତିର ତାଣ୍ଡବ ଲୀଳା ଦେଖିବାକୁ ମିଳିଥିଲା । ପୂର୍ବରୁ ପାଣି ପାଗ ବିଭାଗ ମାଲକାନଗିରି ଜିଲ୍ଲାରେ ବୃଷ୍ଟିପାତ ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା । ଫଳରେ ଗତ କାଲି ସଂଧ୍ଯା ୮ଟା ସମୟରେ ବଜ୍ରପାତ ସହ କଳାହାଣ୍ଡିଆ ମେଘ ଆକାଶରେ ଉଦ୍ରେକ ହୋଇଥିଲା । ହଠାତ ମୂଶଳ ଧାରାରେ ବର୍ଷା ସହ ପବନ କ୍ଷୀପ୍ରଗତିରେ ପ୍ରାହିତ ହୋଇଥିଲା । ବଡ ବଡ ବୃକ୍ଷର ଶାଖାଗୁଡିକ ଭାଙ୍ଗ ପଥ ପ୍ରନ୍ତରେ ପଡିବା ସହ ବିଦ୍ଯୁତ ତାର ଉପରେ ପଡିଥିଲା । ବହୁ ସ୍ଥାନରେ ବିଦ୍ଯୁତ ତାର ଛିଣ୍ଡିବା ଫଳରେ ବିଦ୍ଯୁତ ସଂଯୋଗ ହୋଇ ପାରିନଥିଲା ।ସାରା ରାତି ଅନ୍ଧକାରରେ ସମୟ ଅତ୍କ୍ରନ୍ତ ହୋଇଥିଲା ।କୁମୁଟିଗୁଡା, ୧୧୯ କଲୋନୀ,ଡିଏନକେ ସର୍କିଟ ହାଉସ,ଜେଲ୍ ପରିସର ,ପିଏଚଡି ରାସ୍ତ,ପିଡବ୍ଲୁଡି କଲୋନୀ ଠାରେ ବୃକ୍ଷ ଉପୁଡି ପଡିଥିବା ଜଣା ପଡିଛି । ଘୂର୍ଣ୍ଣି ଝଡ ଯୋଗୁଁ ପଥ ପ୍ରାନ୍ତ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.