ପ୍ରକଳ୍ପ ଅଛି କିନ୍ତୁ ଲୋକମାନଙ୍କୁ ମିଳୁନାହିଁ ବିଶୁଦ୍ଧ ପିଇବା ପାଣି।

0 536

ବୋଲଗଡ଼,୧୫/୦୪(ପିପିଟି); ସରକାରଙ୍କର ବିଧିବଦ୍ଧ ବ୍ୟବସ୍ଥା ପରେ ମଧ୍ୟ ଲୋକମାନେ ପାଣି ମୁନ୍ଦେପାଇଁ ହେଉଛନ୍ତି ଡହଳ ବିକଳ। ଘଟଣା ହେଉଛି ବୋଲଗଡ଼ ବ୍ଳକ ଅନ୍ତର୍ଗତ ବଡକୁମ୍ଭାରି ଗ୍ରାମପଞ୍ଚାୟତର ମାଣିକପୁର ଗ୍ରାମରେ ଶାଠିଏ ଟି ପରିବାର ପାନୀୟ ଜଳ ପାଇଁ ଗ୍ରାମ୍ୟ ଜଳ ଯୋଜନା ପ୍ରକଳ୍ପ ଉପରେ ନିର୍ଭର କରିଥାନ୍ତି କିନ୍ତୁ ଏକମାସ ହେବ ଗ୍ରାମ୍ୟ ଜଳ ଯୋଜନା ପ୍ରକଳ୍ପଟି ଅଚଳ ହୋଇଜିବାରୁ ଗ୍ରାମର ଲୋକମାନେ ବହୁ ହଇରାଣ ହେଉଛନ୍ତି ଯାହାକି ପୋଖରୀ, ନଳକୂପର ଲୁହାଗୁଣ୍ଡ ମିଶ୍ରିତ ପାଣିକୁ ବ୍ୟବହାର କରୁଛନ୍ତି। ଯଦି ପାଞ୍ଚ ଦିନ ଭିତରେ ପ୍ରକଳ୍ପଟିର କାର୍ଯ୍ୟକାରୀ ନ ହୁଏ ରାଜରାସ୍ତାକୁ ଓହ୍ଲାଇ ବେ ବୋଲି ଗ୍ରାମବାସୀ ମାନେ କହିଛନ୍ତି। ମାଣିକପୁର ଗ୍ରାମରେ ହୋଇଥିବା ଭୂତଳ ଜଳ ଯୋଗାଣ ପ୍ରକଳ୍ପଟି ଅତି ନିମ୍ନମାନର ହୋଇଥିବାରୁ ଲୋକ ମାନେ ଏହି ଡହ ଡହ ଖରାଦିନେ ମିଳୁନାହିଁ ସ୍ୱଜଳଧାରା। ପ୍ରଶାସନ ର ଉଦାସୀନ ତା ନିମ୍ନମାନର କାର୍ଯ୍ୟ ହେତୁ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ। ଏଠିପ୍ରଶ୍ନ ଉଠୁଛି ସରକାରଙ୍କର ବସୁଧା ଯୋଜନା କାହାପାଇଁ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.