ପୋଷାକ ବିତରଣ ଉତ୍ସବ।

0 249

କୋଦଳା,୩୦/୦୩(ପିପିଟି);ବେଗୁନିଆଡା ବ୍ଲକ କୋଦଳା ଏନ୍ଏସି ଅନ୍ତର୍ଗତ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ତତ୍ୱାବଧାନ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଗୁଣି ସେଠୀ ଅଧ୍ୟକ୍ଷତାରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ପୋଷାକ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଛାତ୍ରଛାତ୍ରୀଙ୍କୁ କିଛି ମହତ୍ତ ଉପଦେଶ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ଶିକ୍ଷକ ଶରତ ଚନ୍ଦ୍ର ଜାଲି ମଞ୍ଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରି ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସର ରେ ପ୍ରଥମ ରୁ ପଞ୍ଚମ ୨୭୦ ଛାତ୍ରଛାତ୍ରୀଙ୍କୁ ଦୁଇହଳ ପୋଷାକ ସହିତ ମୋଜା ଓ ବୁଟ ପ୍ରଦାନ କରାଯାଇଥିବା ବେଳେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ୩୬୯ ଛାତ୍ରଛାତ୍ରୀଙ୍କୁ ଦୁଇହଳ ପୋଷାକ ଓ ମୋଜା ଓ ବୁଟ ପ୍ରଦାନ କରାଯାଇଥିଲା ।ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.